Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ତେଓ୍ଵତିଆ ଓ ରିୟାନଙ୍କ ଦମଦାର ବ୍ୟାଟିଂ: ସନରାଇଜର୍ସ ହାଇଦ୍ରାବାଦଠୁ ବିଜୟ ଛଡାଇ ଆଣିଲା ରାଜସ୍ଥାନ ରୟାଲ୍ସ

11/10/2020 at 7:23 PM

ଦୁବାଇ ୧୧।୧୦: ଦୁବାଇରେ ଖେଳାଯାଇଥିବା ଆଇପିଏଲର ୨୬ତମ ରୋମାଞ୍ଚକର ମୁକାବିଲାରେ ରାଜସ୍ଥାନ ରୟାଲ୍ସ ସନରାଇଜର୍ସ ହାଇଦ୍ରାବାଦକୁ ୫ ଓ୍ଵିକେଟ୍‌ରେ ପରାସ୍ତ କରିଛି। ତେଓ୍ଵତିଆ ଓ ରିୟାନ ପରାଗଙ୍କ ଦମଦାର ବ୍ୟାଟିଂ ବଳରେ ରାଜସ୍ଥାନ ରୟାଲ୍ସ ହାଇଦ୍ରାବାଦଠୁ ବିଜୟ ଛଡାଇ ଆଣିଛି।  ଏହି ବିଜୟ ସହିତ ରାଜସ୍ଥାନର ପ୍ଲେଅଫ ପାଇଁ ଆଶା ଉଜ୍ଜୀବିତ ରହିଛି। ସପ୍ତମ ମ୍ୟାଚ୍‌ରୁ ରାଜସ୍ଥାନ ତୃତୀୟ ବିଜୟ  ହାସଲ କରିଥିବା ବେଳେ ସନରାଇଜର୍ସ ହାଇଦ୍ରାବାଦର ସେହି ସମାନ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ଭୋଗିଛି। ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ମନୀଷ ପାଣ୍ଡେଙ୍କ ୫୪ ରନ ଓ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ୪୮ ରନ ବଳରେ ୪ ଓ୍ଵିକେଟ୍ ହରାଇ ନିର୍ଦ୍ଧାରିତ ଓଭରରେ ୧୫୮ ରନ କରିଥିଲା। ଜବାବରେ ରାଜସ୍ଥାନ ରୟାଲ୍ସ ରାହୁଲ ତେଓ୍ଵତିଆଙ୍କ ଅପରାଜିତ ଦମଦାର ୪୫ ରନ ଏବଂ ରିୟାନ ପରାଗଙ୍କ ଉପଯୋଗୀ ୪୨ ରନ ବଳରେ ୧୯.୫ ଓଭରରେ ୫ ଓ୍ଵିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଥିଲା। ରାହୁଲ ତେଓ୍ଵତିଆ ପୁଣି ଥରେ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଛନ୍ତି।

୧୫୯ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ରାଜସ୍ଥାନର ରୟାଲ୍ସର ଆରମ୍ଭ ନୈରାଶଜନକ ଥିଲା। ଚଳିତ ଆଇପିଏଲରେ ପ୍ରଥମ ମ୍ୟାଚ୍‌ ଖେଳିଥିବା ବେନ ଷ୍ଟୋକ୍ସ ୫ ରନ କରି ବିଦାୟ ନେଇଥିଲେ। ଏହା ପରେ ଦଳ ସଅଳ ଆଉ ଦୁଇଟି ଓ୍ଵିକେଟ୍ ହରାଇଥିଲା। ୨୫ ରନ ସ୍କୋରରେ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ରନ ଆଉଟ୍ ହେବା ଦଳକୁ ଜୋରଦାର ଝଟକା ଲାଗିଥିଲା। ଜୋସ ବଟଲର ୧୩ ବଲରୁ ୧ ଚୌକା ଓ ୧ ଛକା ସହ ୧୬ ରନ କରି ଖଲିଲ ଅହମ୍ମଦଙ୍କ ଶିକାର ହୋଇଥିଲେ।

୨୬ ରନରେ ୩ ଓ୍ଵିକେଟ୍ ହରାଇବା ପରେ ସଞ୍ଜୁ ସାମସନ ଓ ରବିନ ଉଥପ୍ପା ଦଳକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ଦୁଇ ବ୍ୟାଟସମ୍ୟାନ ଚତୁର୍ଥ ଓ୍ଵିକେଟ୍ ପାଇଁ ୩୭ ରନ ଯୋଡିଥିଲେ। ୬୩ ରନ ସ୍କୋରରେ ରବିନ ଉଥପ୍ପା ୧୫ ବଲରୁ ୧୮ ରନ କରି ଆଉଟ୍ ହୋଇଥିଲେ। ରବିନଙ୍କ ପରେ ଫର୍ମରେ ଥିବା ସଞ୍ଜୁ ସାମସନ ପଞ୍ଚମ ବ୍ୟାଟସମ୍ୟାନ ରସିଦ ଖାନଙ୍କ ଶିକାର ହୋଇଥିଲେ।

୭୮ ରନରେ ୫ ଓ୍ଵିକେଟ୍ ହରାଇ ବଡ ସଙ୍କଟରେ ପଡିଥିବା ରାଜସ୍ଥାନ ପରାଜୟ ମୁହଁରେ ରହିଥିଲା। ହେଲେ ରାହୁଲ ତେଓ୍ଵତିଆ ଓ ରିୟାନ ପରାଗ ଚମତ୍କାର ବ୍ୟାଟିଂ କରି ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ। ଉଭୟ ବ୍ୟାଟସମ୍ୟାନ ଉତ୍ତମ ସମନ୍ଵୟ ରଖି ଦଳକୁ ବିଜୟ ଆଡକୁ ଅଗ୍ରସର କରାଇଥିଲେ। ବିଶେଷ କରି ରାହୁଲ ତେଓ୍ଵତିଆ ଦ୍ରୁତ ବ୍ୟାଟିଂ କରି ସନରାଇଜର୍ସ ହାତରୁ ବିଜୟ ଛଡାଇ ଆଣିଥିଲେ। ତେଓ୍ଵତିଆ ୨୮ ବଲରୁ ୪ ଚୌକା ଓ ୨ ଛକା ସହ ଦ୍ରୁତ ୪୫ ରନ ଏବଂ ରିୟାନ ପରାଗ ୨୬ ବଲରୁ ୨ ଚୌକା ଓ ୨ ଛକା ସହ ୪୨ ରନର ଅପରାଜିତ ଇନିଂସ ଖେଳି ଦଳକୁ ବିଜୟୀ କରାଇଥିଲେ। ତେଓ୍ଵତିଆ ଓ ପରାଗ ଅବିଭାଜିତ ଷଷ୍ଠ ଓ୍ଵିକେଟ୍‌ରେ ୮୫ ରନ ଯୋଡିଥିଲେ। ଦୁଇ ବ୍ୟାଟସମ୍ୟାନଙ୍କ ମ୍ୟାଚ୍ ବିଜୟୀ ଇନିଂସ ବଳରେ ରାଜସ୍ଥାନ ରୟାଲ୍ସ ୧୯. ୫ ଓଭରେ ୫ ଓ୍ଵିକେଟ୍ ହରାଇ ମ୍ୟାଚ୍‌କୁ  ଜିତି ନେଇଛି।

ହାଇଦ୍ରାବାଦ ପକ୍ଷରୁ ରସିଦ ଖାନ ଓ ଖଲିଲ ଅହମ୍ମଦ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

   Related Posts