ସେୟାର ବଜାରରେ ନିବେଶକ ୭ ଦିନରେ ବୁଡ଼ାଇଲେଣି୨୦ଲକ୍ଷ କୋଟି ଟଙ୍କା, ଜାଣନ୍ତୁ କେବେ ସୁଧୁରିବ ପରିସ୍ଥିତି ?

Published By : Prameya-News7 Bureau | January 27, 2022 IST

ମୁମ୍ବାଇ ୨୭।୧: ଭାରତୀୟ ସେୟାର ବଜାର ଲାଗି ନୂଆ ବର୍ଷ ଏତେ ଉଲ୍ଲେଖନୀୟ ହୋଇପାରିନି। ମାସର ପ୍ରଥମ ପକ୍ଷ ଯାହା ଯେମିତି ଚଳିଗଲା ହେଲେ ଗତ ୧୦ ଦିନ ହେଲା ପରିସ୍ଥିତି ବିଗିଡିବାରେ ଲାଗିଛି। ଏଥିରୁ କେବଳ ୭ ଦିନ ବିକାବିକିରେ କଟିଛି। କେବଳ ଜାନୁୟାରୀ ୨୫ ତାରିଖକୁ ଛାଡି ଦେଲେ ମାସର ବାକି ଦିନ ସୂଚକାଙ୍କ ଲାଲ ସଂକେତରେ ବନ୍ଦ ହୋଇଛି। ଫଳରେ ନିବେଶ ବଜାରରେ ଅନୁନ୍ୟ ୨୦ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। 

୧୭ ଜାନୁୟାରୀ ସୋମବାର ଦିନ ବିଏସଇ ମାର୍କେଟ କ୍ୟାପିଟାଲ ୨,୮୦,୦୨,୪୩୭.୭୧ ଥିବା ବେଳେ ୨୭ ଜାନୁାୟାରୀ ବେଳକୁ ୨.୫୯,୯୭,୪୧୯.୪୮ କୋଟି ଟଙ୍କାକୁ ଖସି ସାରିଥିଲା। ସେୟାର ବଜାରରେ ବିକ୍ରୟ ପର୍ବ ଚାଲିବା ଯୋଗୁ ବିଏସଇ ଇଣ୍ଡେକ୍ସ ମାର୍କେଟ କ୍ୟାପିଟାଲ ୨୦.୦୫ଲକ୍ଷ କୋଟି ଟଙ୍କା ହ୍ରାସ ହୋଇଛି। ବିଦେଶୀ ସଂସ୍ଥାଗତ ନିବେଶକ ଭାରତୀୟ ସେୟାର ବିକି ବଜାରରୁ ବାହାରିଯିବା ଏବେ ଏପରି ପରିସ୍ଥିତି ସୃଷ୍ଟି କରିଛି।

{"id":580277,"width":838,"height":541,"sizeSlug":"full","linkDestination":"none"}

କେବଳ ବିଦେଶୀ ନିବେଶକ ନୁହନ୍ତି ଆମେରିକା ଫେଡେରାଲଙ୍କ ଘୋଷଣା ମଧ୍ୟ ବଜାରକୁ ପ୍ରଭାବିତ କରିଛି। ଦେଶରେ ମୁଦ୍ରାସ୍ପିତି ନିୟନ୍ତ୍ରଣ ଲାଗି ଫେଡେରାଲ ସୁଧ ସଂଶୋଧନ କରିବେ ବୋଲି ଘୋଷଣା କରିଛନ୍ତି। ଯାହା ଏବେ ଭାରତୀୟ ସେୟାର ବଜାରକୁ ଅସ୍ଥିର କରିଛି। ଯଦି ଆମେରିକା ଫେଡେରାଲ ନୀତିଗତ ସୁଧାର କରନ୍ତି ତେବେ ଭାରତ ଭଳି ଏକ ବିକାଶଶୀଳ ଅର୍ଥନୀତିରୁ ବିଦେଶୀ ପୁଞ୍ଜି ପ୍ରତ୍ୟାହାର ବଢିଯିବ।

ଏହା ବାଦେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦର ବୃଦ୍ଧି ମଧ୍ୟ ଭାରତୀୟ ସେୟାର ବଜାରକୁ ପ୍ରଭାବିତ କରିଛି। ଏବେ ଅଶୋଧିତ ତୈଳ ବାରଲପିଛା ଦର ୮୫ ଡଲାର ଟପି ଯାଇଛି। ଏଣୁ ଏହାର ପ୍ରଭାବ ମଧ୍ୟ ସେୟାର ବଜାରରେ ଦେଖା ଯାଉଛି। ତେବେ ୨ ଫେବୃଆରୀ ବଜେଟ୍ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ। ଏଣୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ବଜେଟକୁ ଲୋକାଭିମୁଖୀ କରିପାରନ୍ତି ବୋଲି ଆଶା କରାଯାଉଛି। ଯଦି ବଜେଟରେ ଏପରି କିଛି ପ୍ରାବଧାନ ରହେ ତେବେ ବଜାର ପ୍ରତି ନିବେଶକ ପୁଣି ଆକର୍ଶିତ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.