ମୁମ୍ବାଇ ଓ ଦିଲ୍ଲୀରେ କମୁଛି ସଂକ୍ରମଣ, ହସ୍ପିଟାଲରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

Published By : Prameya-News7 Bureau | January 18, 2022 IST

ନୂଆଦିଲ୍ଲୀ/ ମୁମ୍ବାଇ ୧୮।୧:ସାରା ଦେଶରେ ଏବେ ପ୍ରକୋପ କରୁଛି କରୋନା। ତେବେ ଏଥିରେ ଦେଶର ଦୁଇ ପ୍ରମୁଖ ମହାନଗର ଦିଲ୍ଲୀ ଓ ମୁମ୍ବାଇରେ ସଂକ୍ରମଣ ହ୍ରାସ ଖବର ଲୋକଙ୍କୁ ଆଶ୍ୱସ୍ତ କରିଛି। ହେଲେ ଏପର୍ଯ୍ୟନ୍ତ ଚାପରୁ ମୁକ୍ତ ଥିବା ହସ୍ପିଟାଲମାନଙ୍କରେ ରୋଗୀଙ୍କ ସଂଖ୍ୟା ବଢ଼ିବା ନୂଆ ଚିନ୍ତାର କାରଣ ପାଲଟିଛି। ସଂକ୍ରମଣ ବଢୁଥିଲେ ହେଁ ଲୋକଙ୍କୁ ହସ୍ପିଟାଲରେ ଆଡମିଟ ହେବାକୁ ପଡୁନଥିଲା। ଏବେ କିନ୍ତୁ ଲୋକେ ପୁଣି ଡାକ୍ତରଖାନା ମୁହାଁ ହୋଇଥିବା ଦେଖାଯାଉଛି।

{"id":576144,"width":841,"height":473,"sizeSlug":"full","linkDestination":"none"}

ଯଦିଓ ହସ୍ପିଟାଲରେ ଏବେ ପୁଣି ଲୋକଙ୍କ ଭିଡ ବଢୁଛି ତେବେ ଏହା ଗତ ଦ୍ୱିତୀୟ ଲହର ପରି ନୁହେଁ। ଏଥର ଯଦିଓ ଦେଶରେ ପୁଣି ଲହର ଆସିଛି ତେବେ ଏହା ନୂଆ ଭାରିଆଣ୍ଟ ଓମିକ୍ରନ ଲାଗି ବୋଲି କୁହାଯାଇଛି। ଗତ ୭ ଦିନରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ତଥ୍ୟ ବିଶ୍ଲେଷଣରୁ କେବଳ ସେହିମାନେ ଏବେ ଆଡମିଟ ଅଛନ୍ତି ଯେଉଁମାନଙ୍କୁ ପ୍ରତ୍ୟକ୍ଷ ଚିକିତ୍ସାର ଆବଶ୍ୟକତା ରହିଛି। ଏଣୁ ଭିଡ ବଢୁଥିଲେ ବି ଗୁରୁତର ଆକ୍ରାନ୍ତଙ୍କ ସଂଖ୍ୟା ଏତେ ବେଶି ନୁହେଁ ବୋଲି କୁହାଯାଇଛି।

{"id":576145,"sizeSlug":"full","linkDestination":"none"}

ହେଲେ ଦେଶର ଦୁଇ ପ୍ରମୁଖ ସହରାଞ୍ଚଳର ହସ୍ପିଟାଲମାନଙ୍କରେ ଲୋକଙ୍କ ସଂଖ୍ୟା ସେତେବେଳେ ବଢୁଥିବା ଦେଖା ଯାଇଛି ଯେତେବେଳେ ଗତ ୨ ସପ୍ତାହ ହେଲା ସଂକ୍ରମଣରେ ହ୍ରାସ ଦେଖା ଯାଇଛି। ଗୋଟିଏ ପଟେ ସଂକ୍ରମଣ ହ୍ରାସ ଅନ୍ୟପଟେ ସୁସ୍ଥ ହୋଇସାରିଥିବା ଲୋକଙ୍କଠାରେ ସ୍ୱାସ୍ଥ୍ୟଗତ ଜଟିଳତା ବାସ୍ତବିକ ଚିନ୍ତାଜନକ। ତେବେ ଓମିକ୍ରନ କେବଳ ଭାରତ ନୁହେଁ ସାରା ବିଶ୍ୱକୁ ଏବେ ଚିନ୍ତାରେ ପକାଇଛି। କରୋନାର ଅନ୍ୟ ଭାରିଏଣ୍ଟଙ୍କ ଅପେକ୍ଷା ଏହି ନୂଆ ଉତ୍ପରିବର୍ତ୍ତନ ଅତ୍ୟାଧିକ ସଂକ୍ରାମକ। ତେବେ ଟିକା ଏହାର ଜଟିଳତା ହ୍ରାସ କରିପାରିବ ବୋଲି ଏବେବି ବୈଜ୍ଞାନିକ ଆଶାବାନ୍ଧିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.