ୟୁକ୍ରେନରୁ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ 'ଅପରେସନ ଗଙ୍ଗା'ରେ ସାମିଲ ହେବ ଇଣ୍ଡିଗୋ ଏୟାର ଲାଇନ; ଜାଣନ୍ତୁ କେବେ ଭରିବ ଉଡ଼ାଣ?

Published By : Prameya-News7 Bureau | February 27, 2022 IST

ନୂଆଦିଲ୍ଲୀ ୨୭/୦୨ : ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ ଇଣ୍ଡିଗା ଏୟାରଲାଇନ ବୁଦାପେଷ୍ଟ ପର୍ଯ୍ୟନ୍ତ ଦୁଇଥର ଉଡ଼ାଣ ଭରିବ। ଜଣେ ଅଧିକାରୀ କହିଛନ୍ତି ବିମାନ ସୋମବାର ଓ ମଙ୍ଗଳବାର ଦିଲ୍ଲୀରୁ ବାହାରିବ। ପ୍ରଥମେ ବିମାନ ଇସ୍ତାନବୁଲ ପର୍ଯ୍ୟନ୍ତ ଯିବ ଏହା ପରେ ହଙ୍ଗେରିର ବୁଦାପେଷ୍ଟରେ ପହଞ୍ଚିବ। ଫେରିବା ବେଳେ ଏହି ବିମାନ ଇସ୍ତାନବୁଲ ଦେଇ ଦିଲ୍ଲୀରେ ପହଞ୍ଚିବ ।ୟୁକ୍ରେନ ସହିତ ଋଷର ସଂଘର୍ଷ ବଢ଼ୁଥିବା ବେଳେ ଭାରତ ସରକାର ୟୁକ୍ରେନରେ ଫସିଥିବା ନିଜ ନାଗରିକଙ୍କୁ ଫେରାଇ ଆଣୁଛନ୍ତି । ନାଗରିକମାନଙ୍କୁ ଫେରାଇ ଆଣିବାପାଇଁ ଏୟାର ଇଣ୍ଡିଆର ବିମାନ ଏବେ ଉଦ୍ଧାର କାର୍ଯ୍ୟ କରୁଛି ।

ସେହିପରି ଏୟାର ଇଣ୍ଡିଆର ୩ଟି ବିମାନ ଦ୍ୱାରା ୟୁକ୍ରେନରେ ଫସିଥିବା ୬୮୮ ଜଣ ଭାରତୀୟ ନାଗରିକଙ୍କୁ ବୁଦାପେଷ୍ଟ ଦେଇ ଭାରତକୁ ଅଣା ଯାଇଛି । ଏହା ମଧ୍ୟରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଯ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ପାଖାପାଖି ୧୩ହଜାର ଭାରତୀୟ ନାଗରିକ ଏବେ ୟୁକ୍ରେନରେ ଫସି ରହିଛନ୍ତି ଓ ସରକାର ସେମାନଙ୍କୁ ବହୁତ ଶୀଘ୍ର ଭାରତ ଫେରାଇ ଆଣିବା ପାଇଁ ଚେଷ୍ଠା କରୁଛନ୍ତି ।

ଋଷର ଆକ୍ରମଣ ପରେ ଶନିବାର ଠାରୁ ଏବେ ସୁଦ୍ଧା ୯୦୭ ଜଣ ଭାରତୀୟ ନାଗରିକମାନଙ୍କୁ ଭାରତ ଅଣାଯାଇଛି । ଅପରେସନ ଗଙ୍ଗା ଅଧୀନରେ ବୁଖାରେଷ୍ଟରୁ ୨୧୯ ଜଣ ଲୋକଙ୍କୁ ନେଇ ପ୍ରଥମ ବିମାନ ଶନିବାର ମୁମ୍ୱାଇରେ ପହଞ୍ଚିଥିଲା । ଏୟାର ଇଣ୍ଡିଆର ପ୍ରବକ୍ତା କହିଛନ୍ତି ବିମାନ କମ୍ପାନୀ ରବିବାର ବୁଖାରେଷ୍ଟ ଓ ବୁଦାପେଷ୍ଟକୁ ଆଉ ଦୁଇଟି ବିମାନ ପଠାଇବା ପାଇଁ ଯୋଜନା କରୁଛି ଯାହା ଫଳରେ ବିମାନ ସେଠାରୁ ପଞ୍ଚମ ଓ ଷଷ୍ଠ ଉଡ଼ାଣ ଭରିପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.