ସେନାକୁ ମିଳିବ ଶକ୍ତିଶାଳୀ ଆମେରିକୀୟ ଆସଲ୍ଟ ରାଇଫଲ୍, ଜାଣନ୍ତୁ ଏହାର ଲକ୍ଷଭେଦ କ୍ଷମତା କେତେ ?

Published By : Prameya-News7 Bureau | December 14, 2019 IST

ନୂଆଦିଲ୍ଲୀ, ୧୪।୧୨:  ଭାରତୀୟ ସେନା ସୀମାରେ ଶତ୍ରୁଙ୍କ ମୁକାବିଲା ଲାଗି ଖୁବ୍ ଶୀଘ୍ର ଆମେରିକୀୟ ଅସ୍ତ୍ରଶସ୍ତ୍ର ନିର୍ମାତା SiG Sauerଙ୍କ  ଅତ୍ୟାଧୁନିକ ୭.୨ କାଲିବର  ଆସଲ୍ଟ ରାଇଫଲରେ ସଜ୍ଜିତ ହେବ । ଏଥିଲାଗି ସେନା ପ୍ରାୟ ୧୫ ବର୍ଷ ପୂର୍ବେ ପ୍ରଥମେ ତାର ଆବଶ୍ୟକତା ଜଣାଇଥିଲା। ତେବେ ବିଳମ୍ବରେ ହେଲେବି ସେନାର ଏହି ଆବଶ୍ୟକତା ଏବେ ପୂରଣ ହେବାକୁ ଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ରାଇଫଲ କେବଳ ଫ୍ରଣ୍ଟଲାଇନ ଜବାନମାନେ ବ୍ୟବହାର କରିପାରିବେ। ପାକିସ୍ତାନ ଓ ଚୀନ ସୀମାରେ ପ୍ରହରା ଦେଉଥିବା ସୈନିକଙ୍କୁ ଏହି ରାଇଫଲରେ ସଜ୍ଜିତ ହେବେ।

{"id":197683,"sizeSlug":"large"}

ଭାରତ ଅର୍ଡର କରିଥିବା ୭୨ହଜାର୪୦୦ ରାଇଫଲ ମଧ୍ୟରୁ ଏବେ ୧୦ହଜାର ହସ୍ତଗତ ହୋଇଛି। ଏହି ସବୁ ବନ୍ଧୁକକୁ ଆମେରିକୀୟ ଫାର୍ମରୁ ୬୩୮ କୋଟି ଟଙ୍କା ବ୍ୟୟରେ କ୍ରୟ କରାଯାଇଛି।  ୫୧ ଏମ୍ଏମ୍ ୭.୬୨ କାଲିବର ରାଇଫଲ ସାଧାରଣତଃ ଜଟିଳ ଆତଙ୍କବାଦୀ ବିରୋଧୀ ଅପରେସନରେ ଆମେରିକୀୟ ସେନା ବ୍ୟବହାର କରିଥାନ୍ତି। ଏହି ରାଇଫଲ ଅତି ସହଜରେ ୫୦୦ ମିଟର ଦୂରରେ ଲକ୍ଷ୍ୟଭେଦ କରିପାରେ। ୨୦୨୦ ମସିହା ସୁଦ୍ଧା ଏହି ରାଇଫଲ ଲାଗି ଭାରତୀୟ ସେନାର ପ୍ରଥମ ଅର୍ଡର ପୁରଣ ହୋଇଯିବ ବୋଲି ଆଶା କରାଯାଉଛି।

{"id":197684,"sizeSlug":"large"}

ଏହି ରାଇଫଲରୁ ସେନାକୁ ୬୬,୪୦୦ଟି ଦିଆଯିବାକୁ ଥିବା ବେଳେ ବାୟୁସେନାକୁ  ୪ହଜାର ଓ ନୌସେନାକୁ ୨୦୦୦ଟି  ରାଇଫଲ ମିଳିବ।  ଏହି ଆମେରିକୀୟ ରାଇଫଲ ବ୍ୟତୀତ ଭାରତୀୟ ସେନାକୁ ଇସ୍ରାଏଲ୍‌ର ଟ୍ୟାଙ୍କ୍ ନିରୋଧି ସ୍ପାଇକ୍ କ୍ଷପଣାସ୍ତ୍ର ମଧ୍ୟ ପ୍ରଦାନ କରାଯିବ । ଏହି କ୍ଷପଣାସ୍ତ୍ର ୪ କିଲୋମିଟର ଦୂରରୁ ନିଜ ଟାର୍ଗେଟକୁ ଧ୍ୱଂସ କରିପାରିବ। ଏହାକୁ ପାକିସ୍ତାନ ସୀମାରେ ମୁତୟନ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.