ଗୁଗୁଲ୍‌କୁ ଭରସା କରି ଫସିଲା ରେଲଓ୍ୱେ, ଟ୍ରେନ୍ ପାଲଟିଗଲା MURDER EXPRESS

Published By : Prameya-News7 Bureau | April 16, 2024 IST

ତାମିଲନାଡୁ ୧୬/୦୪: ସର୍ଚ୍ଚ ଇଞ୍ଜିନ୍ ଗୁଗୁଲ୍ । ବିଶ୍ୱରେ ଭରସା ଯୋଗ୍ୟ । ଚୁଟ୍‌କିରେ ସବୁ ପ୍ରୋବଲେମ୍ solve । ଯାହା ଖୋଜିଲେ ତାହା ପାଇବେ। ଅତି ସହଜରେ ମିଳିଯାଏ ଅର୍ଥ । କିନ୍ତୁ ବେଳେବେଳେ ଶବ୍ଦ ବୁଝିନପାରିଲେ ଫେଲ୍ ହୋଇଯାଏ ସବୁକିଛି । ଏଇ ଯେମିତି ଗୁଗୁଲ ଟ୍ରାନ୍ସଲେଟକୁ ଭରସା କରି ହିନସ୍ତା ଭାରତୀୟ ରେଳବାଇ । କଥାଟି ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ବାସ୍ତବରେ ଘଟିଛି ଏମିତି କିଛି । ଆଉ ଏହା ଜାଣିବା ପରେ ଖୁବ୍ ଟ୍ରୋଲ ହୋଇଛି ରେଲଓ୍ୱେ । ଆସନ୍ତୁ ଜାଣିବା ପୁରା ଘଟଣା ।

ମହଙ୍ଗା ପଡିଛି ଗୁଗୁଲ ଟ୍ରାନ୍ସଲେଟ । ନା ବଦଳିବାରୁ ହଟ୍ଟହଟା ଭାରତୀୟ ରେଲଓ୍ୱେ । ହଟିଆ ଏକ୍ସପ୍ରେସ ହୋଇଗଲା ମର୍ଡର ଏକ୍ସପ୍ରେସ୍ । ମଲାୟଲାମ ଭାଷାର ଅନୁବାଦ କରି ବଢିଛି ଅଡୁଆ । ଜଣାପଡିବା ପରେ ଭୁଲ୍ ସୁଧାରିଛି ବିଭାଗ । କହିବାକୁ ଗଲେ ମଲାୟାଲାମ ଭାଷାର ଟ୍ରାନ୍ସଲେସନ ଥିଲା କୋଲାପଥକମ୍ । ଯାହାର ହିନ୍ଦୀ ଅର୍ଥ ହେଉଛି ହତ୍ୟାରା । 


ସଂଗେ ସଂଗେ ଏହା ସୋସିଆଲ ମିଡିଆରେ ବ୍ୟାପିଯାଇଥିଲେ କ୍ଷୀପ୍ର ଗତିରେ । ଲୋକେ ବି ତାତିଥିଲେ, ଦେଇଥିଲେ ଜୋରଦାର କମେଣ୍ଟ । କିଛି କହିଥିଲେ ଗୁଗୁଲ ଟ୍ରାନ୍ସଲେଟ୍ ଉପରେ ଅଧିକ ନିର୍ଭରଶୀଳ ରେଲବାଇ । ସେଥିପାଇଁ ହୋଇଛି ଏତେ ବଡ ଭୁଲ୍ । ସେପଟେ ଭାଇରାଲ ପରେ ତ୍ରୁଟି ମାନିଛି ରେଲଓ୍ୱେ । ଅଧିକାରୀ କହିଛନ୍ତି ଭୁଲ୍ ହୋଇଛି, କ୍ଷମାପ୍ରାର୍ଥନା । 

ଜଣେ ଅଧିକାରୀ କହିଛନ୍ତି ଭୁଲରେ ହିନ୍ଦୀ ଶବ୍ଦ ହତ୍ୟାକୁ ନେଇ ସୃଷ୍ଟି ହୋଇଛି ଭ୍ରମ । ଏମିତିକ ଘଟଣାକୁ ନେଇ ଆକ୍ସନ ବି ହୋଇଛି । ମଲାୟାଲମ୍ ଶବ୍ଦକୁ ହଳଦିଆ ରଙ୍ଗରେ କରାଯାଇଛି ଆବୃତ୍ତ କହିବାକୁ ଗଲେ ଏହି ଟ୍ରେନ୍ ରାଞ୍ଚି ନିକଟରେ ଅବସ୍ଥିତ ହଟିଆ ଷ୍ଟେସନକୁ କେରଳର ଏର୍ନାକୁଲମ୍ ସହିତ ସଂଯୋଗ କରେ । ପ୍ରତି ମୁହୁର୍ତ୍ତରେ ସଠିକ୍ ସୂଚନା ଦେଇଥାଏ ଭାରତୀୟ ରେଳବାଇ । ସେ ଯାତ୍ରା ହେଉ ବା ଟିକେଟ୍ କ୍ୟାନସେଲ୍ । ସବୁଥିରେ ଫାଷ୍ଟ ସର୍ଭିସ୍ । କିନ୍ତୁ ଯଦି ଏମିତି ସାଂଘାତିକ ତ୍ରୁଟି ହୁଏ ତେବେ କହିବା କାହାକୁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.