ଆଜିଠାରୁ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ଟକ୍କର

Published By : Prameya-News7 Bureau | February 06, 2019 IST

ଆଜି ଠାରୁ  ଭାରତ-ନ୍ୟୁଜିଲାଣ୍ଡ ଟି୨୦ ସିରିଜ୍ । ଦିନିକିଆ ସିରିଜକୁ ୪-୧ରେ ହାତେଇବା ପରେ ଟି୨୦ରେ ବି ବିଜୟଧାରା ଜାରି ରଖିବା ପାଇଁ ଭରପୂର ପ୍ରୟାସ କରିବ ଟିମ୍ ଇଣ୍ଡିଆ । ରେଗୁଲାର କ୍ୟାପଟେନ୍ ବିରାଟ କୋହଲି ନ ଥିବାରୁ ରୋହିତ ଶର୍ମା କ୍ୟାପେଟନ୍ସିପ୍ ତୁଲାଇବେ । ବର୍ତ୍ତମାନ ସୁଦ୍ଧା ଭାରତ, ନ୍ୟୁଜିଲାଣ୍ଡ ମାଟିରେ ଗୋଟିଏ ବି ମ୍ୟାଚ୍ ଜିତି ନ ଥିବାରୁ ଆଜିର  ମ୍ୟାଚ୍ ଜିତିବାକୁ ଜୀ ଜାନ୍ ଲଗାଇବେ ରୋହିତ ଆଣ୍ଡ କୋ । ସେହିପରି ବହୁଦିନ ପରେ ଟି୨୦ ମ୍ୟାଚ୍ ଖେଳିବେ ଭେଟରାନ୍ ମହେନ୍ଦ୍ର ସିଂ ଧୋନୀ ।  ଦିନେଶ କାର୍ତ୍ତିକ ଓ ଋଷଭ ପନ୍ଥଙ୍କ ମଧ୍ୟରୁ କାହାରି ଜଣଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବାର ସମ୍ଭାବନା ରହିଛି । ଦିନିକିଆ ସିରିଜ୍ରେ ଦମ୍ଦାର ପ୍ରଦର୍ଶନ କରିଥିବା ମହମ୍ମଦ ସାମି ଟିମ୍ରେ ନ ଥିବାରୁ ସିଦ୍ଧାର୍ଥ କୌଲ କିମ୍ବା ଖଲିଲ୍ ଅହମ୍ମଦଙ୍କ ମଧ୍ୟରୁ ଜଣେ କେହି ପ୍ଲେଇଙ୍ଗ୍ ଇଲେଭେନ୍ରେ ଖେଳିବେ । ସେପଟେ ଦିନିକିଆ ସିରିଜ୍ ହାରିଥିଲେ ବି ଟି୨୦ ସିରିଜ୍ରେ ଓଲଟପାଲଟ କରିବାର କ୍ଷମତା ରଖିଛି କିୱି ଟିମ୍ । ମାର୍ଟିନ୍ ଗପଟିଲ୍ ଟିମ୍ରୁ ଆଉଟ୍ ହୋଇଥିବାରୁ, ଓପନିଂ ସ୍ଲଟ୍ ନ୍ୟୁଜିଲାଣ୍ଡ ପାଇଁ କେତେକାଂଶରେ ମୁଣ୍ଡବ୍ୟଥାର କାରଣ ହୋଇପାରେ । ସେହିପରି ଦିନିକିଆର ଷ୍ଟାର୍ ବୋଲର୍ ଟ୍ରେଣ୍ଟ ବୋଲଟ୍ ଟିମ୍ରେ ନ ଥିବାରୁ ତାଙ୍କ ସ୍ଥାନରେ ଟିମ୍ ସାଉଦିଙ୍କୁ ଫାଇନାଲ ଇଲେଭନରେ ଦେଖିବାକୁ ମିଳିପାରେ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.