ସିଡନୀ ଟେଷ୍ଟ : ଲଞ୍ଚ୍ ବ୍ରେକ୍ ସୁଦ୍ଧା ଅଷ୍ଟ୍ରେଲିଆ ୨୪୯/୫

Published By : Prameya-News7 Bureau | January 08, 2021 IST

ସିଡ୍‌ନୀ ୦୮।୦୧ : ସିଡ୍‌ନୀ କ୍ରିକେଟ୍‌ ଗ୍ରାଉଣ୍ଡରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍‌ର ଖେଳ ଜାରି ରହିଛି । ଆଜି ମ୍ୟାଚ୍‌ର ୨ୟ ଦିନ । ତେବେ ୨ୟ ଦିନ ଲଞ୍ଚ ବ୍ରେକ୍‌ ସୁଦ୍ଧା ଅଷ୍ଟ୍ରେଲିଆ ୫ଓ୍ୱିକେଟ୍‌ର ୨୪୯ ରନ ସଂଗ୍ରହ କରିଛି ।

{"id":388718,"sizeSlug":"large","linkDestination":"none"}

ଟସ୍‌ ଜିତି ଅଷ୍ଟ୍ରେଲିଆ ପକ୍ଷରୁ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗତକାଲି ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଟିମ୍‌  ୨ ଓ୍ୱିକେଟ୍ ହରାଇ ୧୬୬ ରନ୍ କରିଥିଲା । ତେବେ ଆଜି ମ୍ୟାଚ୍‌ର ୨ୟ ଦିନ ଖେଳ ଆରମ୍ଭ ହୋଇଥିଲା । କିନ୍ତୁ ୨ଦିନର ପ୍ରଥମ ସେସନ ଭାରତୀୟ ବୋଲରଙ୍କ ପକ୍ଷରେ ରହିଥିଲା । ୨୯,୫ ଓଭରର ଖେଳରେ ଭାରତୀୟ ଟିମ୍‌ ୮୩ ରନ୍‌ ଦେଇ ତିନୋଟି ଓ୍ୱିକେଟ୍‌ ଅକ୍ତିଆର କରିଛି ।

{"id":388721,"sizeSlug":"large","linkDestination":"none"}

ପ୍ରଥମ ସେସନରେ ଜାଡେଜା ଲାବୁସେନ ଓ ଓ୍ୱାଡେଙ୍କ ଓ୍ୱିକେଟ୍‌ ନେଇଥିବା ବେଳେ ବୁମ୍‌ରାହ କଙ୍ଗାରୁ ବ୍ୟାଟସମ୍ୟାନ୍‌ ଗ୍ରୀନଙ୍କୁ ଖାତା ଖୋଲିବା ପୂର୍ବରୁ ନିଜର ଶୀକାର କରିଥିଲେ । କିନ୍ତୁ ଷ୍ଟିଭ୍‌ ସ୍ମିଥଙ୍କ ଫର୍ମ ଭାରତୀୟ ବୋଲରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ସ୍ମିଥ୍‌ ଏବେ ୭୬ ରନ୍‌ ଖେଳି ଅପରାଜିତ ରହିଛନ୍ତି । ଗତ ୨ ମ୍ୟାଚ୍‌ରେ କରିଥିବା ଭୁଲ୍‌କୁ ସୁଧାରି ସ୍ମିଥ୍‌ ଏହି ମ୍ୟାଚ୍‌ରେ ବେଶ ଭଲ ଭାବେ ଖେଳୁଛନ୍ତି । ଅଷ୍ଟ୍ରେଲିଆ ଟିମ୍‌ ଲଞ୍ଚ ବ୍ରେକ୍‌ ସୁଦ୍ଧା ୫ଓ୍ୱିକେଟ୍‌ ହରାଇ ୨୪୯ରନ୍‌ କରିବାରେ ସକ୍ଷମ ହୋଇଥିଲେ । ତେବେ ଅଷ୍ଟ୍ରେଲିଆ ଲଞ୍ଚ ବ୍ରେକ୍‌ ପରେ ଖେଳ ଆରମ୍ଭ କରିଛି । ଏବେ ସୁଦ୍ଧା ଅଷ୍ଟ୍ରେଲିଆ ୫ଓ୍ୱିକେଟ୍‌ ହରାଇ ୨୫୨ରନ୍‌ ସଂଗ୍ରହ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.