Corona update: ଗତ ୨୪ଘଣ୍ଟାରେ ଦେଶରେ ୫୪୯ ଜଣ ନୂଆ କରୋନା ପଜେଟିଭ, ୧୬୬ ମୃତ

Published By : Prameya-News7 Bureau | April 09, 2020 IST

ନୂଆଦିଲ୍ଲୀ ୯।୪: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ପକ୍ଷରୁ ଗୁରୁବାର ତାଜା କରୋନା ଅପଡେଟ୍ ଜାରି ହୋଇଛି। ଏଥିରେ ଗତ ୨୪ ଘଣ୍ଟାରେ ସାରା ଦେଶରେ ୫୪୯ଟି ନୂଆ କରୋନା ପଜେଟିଭ ମାମଲା ସାମ୍ନା ଆସିଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ହଜାର ୭୩୪ରେ ପହଞ୍ଚି। ସେହିପରି ଗତ ୨୪ ଘଣ୍ଟାରେ ଦେଶର ବିଭିନ୍ନ ସ୍ଥାନରେ ସଂକ୍ରମିତ ୧୭ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ଗୁରୁବାର ଅପରାହ୍ଣ ସୁଦ୍ଧା ୧୬୬ରେ ପହଞ୍ଚିଛି।

ଯୁଗ୍ମ ସ୍ୱାସ୍ଥ୍ୟ ସଚିବ ଲବ ଅଗ୍ରୱାଲ ସରକାର କରୋନା ଯୋଗୁ ଉପୁଜିବାକୁ ଥିବା ପରିସ୍ଥିତି ପ୍ରତି ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। କରୋନା ଯୁଦ୍ଧ ଲାଗି ୨୦ଟି କମ୍ପାନୀଙ୍କୁ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) ଯୋଗାଇ ଦେବାକୁ ୧.୭ କୋଟି ଟଙ୍କାର ଅର୍ଡର ଦିଆଯାଇଛି। ସେହିପରି ସରକାର ୪୯ ହଜାର ଭେଣ୍ଟିଲେଟର ବି କ୍ରୟ କରାଯିବ ବୋଲି ଅଗ୍ରୱାଲ ସାମ୍ବାଦିକମାନଙ୍କୁ କହିଛନ୍ତି।

ସେହିପରି ଦେଶରେ କରୋନା ଚିହ୍ନଟ ଲାଗି ପରୀକ୍ଷଣ ବୃଦ୍ଧି ହୋଇଥିବା ଆଇସିଏମଆର ସୂଚନା ଦେଇଛନ୍ତି। ଏପର୍ଯ୍ୟନ୍ତ ବିଭିନ୍ନ ଲ୍ୟାବରେ ୧.୩ଲକ୍ଷ ନମୁନା ପରୀକ୍ଷା ହୋଇଥିବା ବେଳେ କେବଳ ବୁଧବାର ୧୩ହଜାର ୧୪୩ଟି ନମୁନା ପରୀକ୍ଷା କରାଯାଇଛି। ମିଳିଥିବା ପଜେଟିଭ ସଂଖ୍ୟାରୁ କରୋନା ସଂକ୍ରମଣ ଯୋଗୁ ଦେଶରେ ପରିସ୍ଥିତି  ଏବେବି ଆୟତ୍ତାଧିନ ଥିବା ଆଇସିଏମଆର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.