ଟିକାକରଣକୁ ପୂରିଲା ବର୍ଷେ; ମୋଦି କହିଲେ ‘ଭାରତ ଗର୍ବିତ’

Published By : Prameya-News7 Bureau | January 16, 2022 IST

ନୂଆଦିଲ୍ଲୀ ୧୬/୦୧ : ଦେଶର ଟିକାକରଣକୁ ପୂରିଲା ଗୋଟିଏ ବର୍ଷ । ଜାନୁଆରୀ ୧୬, ୨୦୨୧ରେ ଦେଶରେ ଆରମ୍ଭ ହୋଇଥିବା କରୋନା ଟିକାକରଣର ଗୋଟିଏ ବର୍ଷ ପୂର୍ତ୍ତି ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, କରୋନା ମହାମାରୀ ବିରୁଦ୍ଧ ଲଢେଇକୁ ଟିକାକରଣ ଅଧିକ ମଜବୁତ କରିଛି । ଲୋକଙ୍କ ଜୀବନ ରକ୍ଷା କରିବା ସହ ଏହା କୋଟି କୋଟି ଲୋକଙ୍କ ଜୀବିକାକୁ ସୁରକ୍ଷିତ କରିଛି।

ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ‘କରୋନାର ପ୍ରଥମ ଲହରରେ ଭୂତାଣୁ ବାବଦରେ କେହି କିଛି ଜାଣି ନଥିଲେ । ଏହାପରେ ବି ଆମ ଦେଶର ବୈଜ୍ଞାନିକମାନେ କରୋନାର ଟିକା ବିକଶିତ କରିବାରେ ସଫଳ ହୋଇପାରିଲେ । କରୋନା ମହାମାରୀ ବିରୁଦ୍ଧ ଲଢେଇରେ ଟିକା ଯୋଗାଇ ଏଥିରେ ନିଜର ଅବଦାନ ଦେଇଥିବାରୁ ଭାରତ ଗର୍ବ ଅନୁଭୁବ କରୁଛି’।

wp:html /wp:html

ଏହାସହ ମୋଦି କହିଛନ୍ତି, ଟିକାକରଣ ଅଭିଯାନରେ ସାମିଲ ହୋଇଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ମୋର ସଲାମ । ଆମ ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ଯୋଗଦାନ ଏଥିରେ ଅତୁଳନୀୟ । ଯେତେବେଳେ ଆମ ସ୍ୱାସ୍ଥ୍ୟ କର୍ମୀ ଦୁର୍ଗମ ଅଞ୍ଚଳକୁ ଟିକା ନେଇ ସେଠାକାର ଲୋଙ୍କୁ ଟିକା ପ୍ରଦାନ କରୁଥିବା ଦେଖୁ, ସେହି ମୂହୂର୍ତ୍ତରେ ଆମ ହୃଦୟ ଏବଂ ମନ ଗର୍ବିତ ହୋଇଉଠେ ।

ଭାରତର କରୋନା ମହାମାରୀ ମୁକାବିଲା ବୈଜ୍ଞାନ ଆଧାରିତ । ଦେଶବାସୀଙ୍କ ଚିକିତ୍ସା ସୁନିଶ୍ଚିତ କରିବା ପାଇଁ ସରକାର ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ସୁଧାର ଆଣିଛନ୍ତି ବୋଲି ମୋଦି କହିଛନ୍ତି । ଏହାସହ ସମସ୍ତ ଦେଶବାସୀଙ୍କୁ କରୋନା ନିୟମାବାଳୀ ପାଳନ କରିବାକୁ ମୋଦି ନିବେଦନ କରିଛନ୍ତି ।

ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୧୫୬.୭୬ କୋଟି ଭ୍ୟାକ୍ସିନ ଡୋର ପ୍ରଦାନ କରାଯାଇଛି। ଏହାସହ ଜାନୁଆରୀ ୩ରୁ ୧୫ରୁ ୧୮ ବର୍ଷ ବୟସର କିଶୋର ଏବଂ ଜାନୁଆରୀ ୧୦ରୁ ଦେଶରେ ବୁଷ୍ଟର ଡୋଜ ଦିଆଯିବା ଆରମ୍ଭ ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.