ଲଦାଖରେ ଚୀନର ଦୁଃସାହାସ, ମୁହଁତୋଡ ଜବାବ ଦେବାକୁ ଭାରତ ବଢାଇଲା ସୈନିକ ସଂଖ୍ୟା

Published By : Prameya-News7 Bureau | May 24, 2020 IST

ନୂଆଦିଲ୍ଲୀ/ଲଦାଖ ୨୪।୦୫: ଭାରତ ଓ ଚୀନ ମଧ୍ୟରେ ପୂର୍ବି ଲଦାଖରେ ଆରମ୍ଭ ହୋଇଥିବା ଉତ୍ତେଜନା ବଢିବାରେ ଲାଗିଛି। ଏବେ ଦୁଇ ଦେଶ ଉକ୍ତ ଅଞ୍ଚଳରେ ଅଧିକ ସଂଖ୍ୟାରେ ସୈନିକ ମୁତୟନ କରିବାରେ ଲାଗିଛନ୍ତି।  ପିଟିଆଇ ମୁତାବକ ଗଲଭାନ ଘାଟିରେ ଚୀନ ଦୁଇ ସପ୍ତାହ ଭିତରେ ୧୦୦ ଟେଣ୍ଟ ପକାଇ ସାରିଲାଣି। ସୈନ୍ୟ ଉପକରଣ ମଧ୍ୟ ସେଠାରେ ମହଜୁଦ କରୁଛି, ଯେମିତି ବଙ୍କର୍ସ ତିଆରିରେ ବ୍ୟବହାର ହୋଇ ପାରିବ। ଭାରତ ମଧ୍ୟ ପ୍ୟାଙ୍ଗୋଗ୍‌ ହ୍ରଦ ଓ ଗଲଭାନ୍‌ ଘାଟିରେ ସୈନିକଙ୍କ ମୁତୟନ ସଂଖ୍ୟା ବୃଦ୍ଧି କରିବାରେ ଲାଗିଛି। ଅନେକ ଅଞ୍ଚଳରେ ଭାରତର ସ୍ଥିତି ଚୀନଠୁ ଉନ୍ନତ ରହିଛି।

ବର୍ଡରରେ ଶକ୍ତି ପ୍ରଦର୍ଶନ କରୁଛି ଚୀନ ?

ଚୀନ ବିପୁଳ ସଂଖ୍ୟାରେ ବର୍ଡର ଡିଫେନ୍ସ ରେଜିମେଣ୍ଟ(BDR)ର ଯବାନଙ୍କୁ ମୁତୟନ କରୁଛି। ଭାରତ ମଧ୍ୟ ‘ମିରର ଡିପ୍ଲୟମେଣ୍ଟ’ ରଣନୀତି ଆପଣେଇଛି। ଏହାର ଅର୍ଥ ଚୀନ ଯେତିକି ପରିମାଣରେ ସୈନିକ ଓ ଅସ୍ତ୍ର ଶସ୍ତ୍ର ନିୟୋଜିତ କରିବ ଭାରତ ମଧ୍ୟ ସେହି ଅନୁଯାୟୀ ଜବାବ ଦେବ। ଚୀନ କେବଳ ଅଧିକ ସଂଖ୍ୟାରେ ସୈନିକଙ୍କୁ ନିୟୋଜିତ କରୁନାହିଁ ବରଂ ହ୍ରଦରେ ନୌକା ସଂଖ୍ୟା ମଧ୍ୟ ବଢାଇ ଦେଇଛି। ଆକାଶ ଉପରୁ ନଜର ରଖିବା ଲାଗି ହେଲିକପ୍ଟରକୁ ମଧ୍ୟ ଚୀନ ନିୟୋଜିତ କରିଛି। ଦ ପ୍ରିଣ୍ଟର ଏକ ରିପୋର୍ଟ ଅନୁଯାୟୀ ଚୀନ ପ୍ରାୟ ୧୩୦୦ ସୈନିକଙ୍କୁ ସେଠାରେ ମୁତୟନ କରିଛି। ଭାରତ ମଧ୍ୟ ସେହି ହିସାବରେ ସୈନ୍ୟ ନିୟୋଜିତ କରିଛି। ଟାଇମ୍ସ ଅଫ ଇଣ୍ଡିଆ ଅନୁଯାୟୀ, ଭାରତ ଲେହର ଇନଫେଟ୍ରି ଡିଭିଜନ୍‌ର କିଛି ୟୁନିଟ୍ସକୁ ମଧ୍ୟ ଆଗକୁ ପଠାଇଛି। ଅନେକ ବାଟାଲିୟନଙ୍କୁ ମଧ୍ୟ ଲଦାଖ ପଠାଯାଇଛି।

{"id":275257,"sizeSlug":"large"}

କେମିତି ବିଗିଡିଲା ପରିସ୍ଥିତି

ମେ ୫ରେ ପୂର୍ବି ଦଲାଖରେ ପ୍ରାୟ ୨୫୦ ଚୀନୀ ସୈନିକ ଏବଂ ଭାରତୀୟ ଯବାନ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଉଭୟ ପକ୍ଷରୁ ପ୍ରାୟ ୧୦୦ ସୈନିକ ଆହତ ହୋଇଥିଲେ। କିଛି ଦିନ ପରେ ଉତ୍ତର ସିକ୍କିମରେ ପୁଣି ଥରେ ଦୁଇ ଦେଶର ସୈନିକ ହାତାହାତି ହୋଇଥିଲେ। ଏହା ପରଠୁ ପୂର୍ବି  ଲଦାଖ ଉତ୍ତେଜନାର କେନ୍ଦ୍ରରେ ପରିଣତ ହୋଇଛି। ଏଠାରେ ପ୍ୟାଙ୍ଗଗ ହ୍ରଦ ଓ ଗଲଭାନ ଘାଟି ଉପରେ ନଜର ରଖାଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ନଭେମ୍ବରରେ କେନ୍ଦ୍ର ପ୍ରତିରକ୍ଷା ରାଜ୍ୟ ମନ୍ତ୍ରୀ ଶ୍ରୀପଦ ନାଇକ ସଂସଦରେ କହିଥିଲେ, ୨୦୧୬ରେ ଚୀନର ସେନା ୨୭୩ ଥର ସୀମାରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଛନ୍ତି। ୨୦୧୭ରେ ଏହା ବୃଦ୍ଧି ଘଟି ୪୨୬  ହୋଇଛି। ୨୦୧୭ରେ ଡୋକଲାମକୁ ନେଇ ଭାରତ ଓ ଚୀନ ମଧ୍ୟରେ ବିବାଦ ହୋଇଥିଲା। ୨୦୧୮ରେ ଚୀନ ୩୨୬ ଥର ସୀମା ଅତିକ୍ରମ କରିଛି। ୨୦୧୯ର ତଥ୍ୟ ସରକାର ଅଦ୍ୟାବଧି ଜାରି କରି ନାହାନ୍ତି।

{"id":275256,"sizeSlug":"large"}

ଦରକାର ‘ଅପରେସନ ମେଘଦୂତ’ ପରି ମିଶନ

ସୀମାରେ ଚୀନ ସର୍ବଦା ସୈନିକଙ୍କ ମୁତୟନ କରି ଆସିଛି। ଭାରତ ଆବଶ୍ୟକ ପଡିଲେ ସୈନିକ ମଧ୍ୟ ପଠାଇଛି। ମାତ୍ର ନିକଟରେ ଚୀନ ଯେମିତି କାର୍ଯ୍ୟ କରୁଛି, ଏହାକୁ ଦୃଷ୍ଟିରେ ରଖି ‘ଅପରେସନ ମେଘଦୂତ’ ପରି ମିଶନର ଆବଶ୍ୟକତା ରହିଛି। ୧୯୮୪ ଏପ୍ରିଲ ୧୩ରେ ଭାରତ ଏହି ମିଶନ ଜରିଆରେ କାଶ୍ମୀରରେ ସିଆଚେନ୍ ଗ୍ଲାସିୟରକୁ ନିଜ ନିୟନ୍ତ୍ରଣକୁ ଆଣିଥିଲା। ତେବେଠୁ ଆଜି ପର୍ଯ୍ୟନ୍ତ ପୂରା ସିଆଚେନ୍‌ ଗ୍ଲାସିୟର ଉପରେ ଭାରତର ନିୟନ୍ତ୍ରଣ ରହିଛି। ସିଆଚେନ୍‌ ଦୁନିଆର ସବୁଠୁ ଉଚ୍ଚତମ ଯୁଦ୍ଧ କ୍ଷେତ୍ର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.