ଏହି ଗାଁର ଲୋକମାନେ କେବେବି ପାଳନ କରନ୍ତି ନାହିଁ ହୋଲି, ଜାଣନ୍ତୁ କ’ଣ ରହିଛି କାରଣ…

Published By : Prameya-News7 Bureau | March 29, 2021 IST

ନୂଆଦିଲ୍ଲୀ ୨୯/୦୩: ଭାରତ ଦେଶରେ ପର୍ବପର୍ବାଣୀକୁ ଖୁବ୍ ଧୁମଧାମ୍ ରେ ପାଳନ କରାଯାଇଥାଏ । ସେହିପରି ଏକ ପର୍ବ ହୋଲି । ଲୋକମାନେ ଅନେକ ଦିନ ପୂର୍ବରୁ ଏହା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥାନ୍ତି । ରଙ୍ଗରେ ଖେଳିବା ପାଇଁ ଲୋକମାନେ ବେଶ ଉତ୍ସାହିତ ରହିଥାନ୍ତି ।  କିନ୍ତୁ ଏପରି ଅନେକ ସ୍ଥାନ ଅଛି ଯେଉଁଠାରେ ଏହି ପର୍ବ ପାଳନ କରିବା ନିଷେଧ । ବାସ୍ତବରେ, ଏହି ଗାଁ ଗୁଡିକରେ ହୋଲି ପାଳନ କରିବା ପଛରେ ଏକ ଅଦ୍ଭୁତ ପ୍ରଥା ରହିଛି । ତେବେ ଚାଲନ୍ତୁ ଜାଣିବା ଏହି ଗାଁର ପ୍ରଥା ବିଷୟରେ….

PunjabKesari

ଦୁର୍ଗାପୁର :

ଝାଡଖଣ୍ଡର ବୋକାରୋ ନିକଟ କସମାର ବ୍ଲକରେ ଅବସ୍ଥିତ ଦୁର୍ଗାପୁର ଗାଁ । କୁହାଯାଏ ଏଠାରେ ଲୋକମାନେ ପ୍ରାୟ ୧୦୦ ବର୍ଷ ହେବ ହୋଲି ପର୍ବ ପାଳନ କରିନାହାଁନ୍ତି । ଏହି ଲୋକମାନେ ବିଶ୍ୱାସ କରନ୍ତି ଯେ ହୋଲି ଖେଳିବା ଦ୍ୱାରା ଗାଁରେ ମହାମାରୀ ବ୍ୟାପିଯିବ । ବାସ୍ତବରେ, ବହୁ ବର୍ଷ ପୂର୍ବେ ଏହି ଗାଁର ରାଜାଙ୍କ ପୁଅ ହୋଲି ଦିନ ମୃତ୍ୟୁ ବରଣ କରିଥିଲେ । ତେଣୁ ସେହି ଦିନଠାରୁ ରାଜା ଗ୍ରାମବାସୀଙ୍କୁ ହୋଲି ଖେଳିବାକୁ ବାରଣ କରିଥିଲେ ।

PunjabKesari

ଡହୁଆ ଗାଁ :

ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାର ତହସିଲରେ ଅବସ୍ଥିତ ଡହୁଆ ଗ୍ରାମ ।  ପ୍ରାୟ ୧୨୫ ବର୍ଷ ହେବ ଏହି ଗ୍ରାମରେ ହୋଲି ପାଳନ କରାଯାଇ ନାହିଁ । କୁହାଯାଏ ହୋଲି ଦିନ ଏହି ଗାଁର ମୁଖିଆଙ୍କର ବାମ୍ଫିରେ ବୁଡି ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଗ୍ରାମବାସୀ ଭୟଭୀତ ହୋଇପଡିଥିଲେ । ତେଣୁ ସେବେଠାରୁ ହୋଲି ନ ଖେଳିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଇଥିଲେ ।

एक श्राप के डर से यहां के लोग नहीं मनाते होली

ଚିକା ଗାଁ :

ହରିୟାଣାର କୈଥଲର ଗୁହାଲା ଚିକା ଗାଁର ଲୋକମାନେ ଗତ ୧୫୦ ବର୍ଷ ଧରି ହୋଲି ପର୍ବ ପାଳନ କରିନାହାଁନ୍ତି । ବିଶ୍ୱାସ କରାଯାଏ ଏଠାରେ ଜଣେ ବାମନ ବାବା ରହୁଥିଲେ ।  ତାଙ୍କର ଉଚ୍ଚତା କାରଣରୁ ଲୋକମାନେ ତାଙ୍କୁ ପରିହାସ କରିଥିଲେ । ସେହି ଦିନ ହୋଲିର ପର୍ବ ଥିଲା । ବାବା ହୋଲି ଦହନର ନିଆଁକୁ ଡେଇଁପଡି ଆତ୍ମହତ୍ୟା କରିଥିଲେ । ଏହା ସହିତ ବାବା ଆତ୍ମହତ୍ୟା କରିବା ପୂର୍ବରୁ ହୋଲି ପାଳନ ନକରିବାକୁ ଗ୍ରାମବାସୀଙ୍କୁ ଅଭିଶାପ ଦେଇଥିଲେ । ବାବା ହୋଲି ପାଳନ କରୁଥିବା ପରିବାର ଧ୍ୱଂସ ହେବବୋଲି ଅଭିଶାପ ଦେଇଥିଲେ । ତେଣୁ ଏହି ଗାଁର ଲୋକମାନେ ସେହି ଭୟ ଯୋଗୁଁ ହୋଲି ପାଳନ କରିବା ବନ୍ଦ କରିଦେଇଥିଲେ ।  କୁହାଯାଏ ଯେତେବେଳେ ଲୋକମାନେ କ୍ଷମା ମାଗିଥିଲେ, ବାବା ସେମାନଙ୍କୁ ଏହି ଅଭିଶାପରୁ ମୁକ୍ତି ପାଇବା ପାଇଁ ଏକ ଉପାୟ କହିଥିଲେ । ବାବା କହିଥିଲେ, ଆଗାମୀ ଦିନରେ ହୋଲି ଦିନ, ଯଦି କାହାର ଘରେ ପୁଅ ହୁଏ ଏବଂ ସେହି ଦିନ ଯଦି କୌଣସି ଗାଈ ବାଛୁରୀ ଜନ୍ମ କରେ, ତେବେ ଗାଁ ଅଭିଶାପରୁ ମୁକ୍ତ ହେବ। କିନ୍ତୁ ଏହି ଶୁଭ ସଂକେତ ଏପର୍ଯ୍ୟନ୍ତ ଆସିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.