Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ଉତ୍ତରକୋରିଆରେ କରୋନାକୁ ‘ଘୋଷ୍ଟ ଡିଜିଜ୍’ କହୁଛନ୍ତି ଲୋକେ, ସଂକ୍ରମିତଙ୍କୁ ମରିବାକୁ ଛାଡି ଦେଇଛନ୍ତି ସରକାର

3/11/2020 at 7:44 PM

ସିଓଲ: ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି କରୋନା ଭାଇରସ ମହାମାରୀ। ବିଭିନ୍ନ ଦେଶ ସେମାନଙ୍କ ନାଗରିକଙ୍କ ସୁସ୍ଥତା ଲାଗି ଭିନ୍ନ ଭିନ୍ନ ପଦକ୍ଷେପ ନେଉଛନ୍ତି। ହେଲେ ଉତ୍ତରକୋରିଆ କଥା କିନ୍ତୁ ଭିନ୍ନ। ଏଠାରେ ମଧ୍ୟ କୋଭିଡ ବ୍ୟାପିବାରେ ଲାଗିଥିବା ବେଳେ ଚିହ୍ନଟ ଲାଗି ସରକାର ଟେଷ୍ଟିଂର ବ୍ୟବସ୍ଥା କରୁ ନାହାନ୍ତି। ଲୋକେ ଏଠାରେ ଏହାକୁ ଘୋଷ୍ଟ ଡିଜିଜ୍ କହୁଛନ୍ତି।

ଯେଉଁମାନଙ୍କ ଠାରେ ରୋଗର ଲକ୍ଷଣ ପ୍ରକାଶ ପାଉଛି ସେମାନଙ୍କୁ ସୁଦୂର ଚୀନ୍‌ ସୀମାବର୍ତ୍ତି ସହରମାନଙ୍କରେ ସ୍ଥାପିତ କ୍ୱାରେଣ୍ଟାଇନ ସେଣ୍ଟରକୁ ଯିବାକୁ କୁହାଯାଉଛି ଅଥବା ଜୋର ଜବରଦସ୍ତ ସେମାନଙ୍କ ଘରେ ସେମାନଙ୍କୁ ଆଇସୋଲେସନ କରାଯାଉଛି। ହେଲେ ଏହି ସମୟରେ ସେମାନଙ୍କର ଖାଦ୍ୟପାନୀୟ ଅଥବା ଚିକିତ୍ସା ବ୍ୟବସ୍ଥା ମଧ୍ୟ କରାଯାଉ ନାହିଁ। ଏହି ସୂଚନା ଦେଇଛନ୍ତି  ହେଲପିଙ୍ଗ ହ୍ୟାଣ୍ଡସ କୋରିଆର ଜନୈକ କାର୍ଯ୍ୟକର୍ତ୍ତା । ଯାହା ଏବେ ସାରା ବିଶ୍ୱକୁ ବିସ୍ମିତ କରିଛି।

କୋଭିଡ ଆକ୍ରାନ୍ତଙ୍କୁ ନିଜ ଖର୍ଚ୍ଚରେ କ୍ୱାରେଣ୍ଟାଇନ ସେଣ୍ଟର ପଠାଯାଉଛି। ହେଲେ ସେଠାରେ କୌଣସୀପ୍ରକାର ଚିକିତ୍ସକୀୟ ସହାୟତା ଅଥବା ପରାମର୍ଶର ବ୍ୟବସ୍ଥା କରିନାହାନ୍ତି ସରକାର।  ଲୋକେ ନିଜ ହାଲ ଉପରେ ନିଜେ ବଞ୍ଚିଥିବା ବେଳେ ଗୁରୁତର ହେଲେ ପ୍ରାଣ ହରାଉଛନ୍ତି। ଏବେ ଉତ୍ତରକୋରିଆର ଏହି ସବୁ କ୍ୱାରେଣ୍ଟାଇନ ସେଣ୍ଟରମାନଙ୍କରେ ଲୋକେ ପୋକମାଛି ପରି ମରୁଛନ୍ତି। ଲୋକେ କୋଭିଡ ଜନିତ ଜଟିଳତା କାରଣରୁ ଯେତିକି ମରୁ ନାହାନ୍ତି ଅନାହାର ଓ ରୋଗ ଜନିତ ଦୁର୍ବଳତାରେ ଅଧିକ ମରୁଥିବା ସାଉଥ୍ ଚୀନ୍‌ ମର୍ଣ୍ଣିଂ ପୋଷ୍ଟରେ ପ୍ରକାଶିତ ଖବରରୁ ଜଣାପଡିଛି।  

   Related Posts