ବହ୍ମପୁର୧୭/୭: ଗଞ୍ଜାମ ଜିଲ୍ଳାରେ ପୁଣି ୨୩୧ କରୋନା ଆକ୍ରାନ୍ତ ଚିହ୍ନଟ। ଏଥିସହ ଏହି ଜିଲ୍ଲାରେ ପୁଣି କରୋନା ଜନିତ ୨ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି। ଏହି ଆକ୍ରାନ୍ତଙ୍କୁ ମିଶାଇ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାରକୁ ଛୁଇଁଛି। ସେହିପରି ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୩ ରେ ପହଁଞ୍ଚିଛି।ଏମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ କେବଳ ୫୦ ଜଣ ରହିଛନ୍ତି। ସେହିପରି ଜିଲ୍ଲାରେ ଆଜିଠାରୁ ଲକ୍ଡାଉନ୍ ଜାରି ହେବ ବୋଲି ଜିଲ୍ଲାପାଳ ଟ୍ବିଟ୍ କରି ସୂଚନା ଦେଇଛନ୍ତି।ଏହାସହ ସାମାଜିକ ଦୂରତା ଏବଂ କୋଭିଡ୍ ନିୟମ ପାଳନ କରିବା ପାଇଁ ଟ୍ବଟ୍ ଯୋଗେ ଲୋକମାନଙ୍କୁ ଜିଲ୍ଳାପାଳ ପରାମର୍ଶ ଦେଇଛନ୍ତି।
ପାଞ୍ଚ ପିଢିର ୭୦ ସଦସ୍ୟ, ପାରମ୍ପାରିକ ପୋଷାକ ପିନ୍ଧି...