ଇମ୍ରାନ ଖାନଙ୍କ ଠାରୁ ପୃଥକ ରହୁଥିବା ଅବନ୍ତିକା ସେୟାର କଲେ ପୋଷ୍ଟ, ଜାଣନ୍ତୁ କିପରି ସମୀକ୍ଷା କରିଛନ୍ତି ପ୍ରେମର ପରିଭାଷା

Published By : Prameya-News7 Bureau | November 15, 2019 IST

ବଲିଉଡ ଅଭିନେତା ଅମୀର ଖାନଙ୍କ ଭଣଜା ଇମ୍ରାନ ଖାନ ବଲିଉଡରେ ମାଁମୁଙ୍କ ଭଳି ଏତେ ସଫଳ ନୁହନ୍ତି। ଗତ ୪ ବର୍ଷରେ ତାଙ୍କର ଗୋଟିଏ ବି ଫିଲ୍ମ ମୁକ୍ତିଲାଭ କରିନି। ଏଥିରେ ଏବେ ଖବର ମିଳୁଛି ଇମ୍ରାନ ଓ ତାଙ୍କ ପତ୍ନୀ ଅବନ୍ତିକାଙ୍କ ମଧ୍ୟରେ ବି ଫାଟ ସୃଷ୍ଟି ହୋଇଛି। କଥା ଏତେ ଆଗକୁ ଚାଲିଯାଇଛି ଯେ ଅବନ୍ତିକା ଏବେ ଇମ୍ରାନଙ୍କ ଘର ଛାଡି ନିଜ ପ୍ୟାରେଣ୍ଟସଙ୍କ ସହିତ ରହୁଛନ୍ତି। ତେବେ ଶୁଣାଯାଉଛି ଉଭୟ ପୁଣି ଏକ ସୁଯୋଗ ଦିଆଯିବା ଦରକାର ବୋଲି କହୁଛନ୍ତି ।

{"id":184737,"width":581,"height":627,"sizeSlug":"large"}

ଏତେ ପାରବାରିକ ଅସୁବିଧାରେ ବି ଅବନ୍ତିକା ତାଙ୍କ ଇଂଷ୍ଟା ପେଜରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ପ୍ରେମର ପରିଭାଷା ବଖାଣିଛନ୍ତି। ତେବେ ଏଠାରେ ଅବନ୍ତିକା ନୂଆକରି ତାଙ୍କର ବିଚାର ପୋଷ୍ଟ କରୁ ନାହାନ୍ତି। ପୂର୍ବରୁ ବି ମୋର୍ଗାନ ହାରପର ନିକୋଲସଙ୍କ ଏକ କୋଟ ବି ଶେୟାର କରିଥିଲେ। ତେବେ ଅବନ୍ତିକା ତାଙ୍କ ସ୍ୱାମୀଙ୍କୁ ଛାଡି ଯିବା ପରେ ମା ବନ୍ଦନା ମଲିକ ଗଣମାଧ୍ୟମରେ ଏକ ବୟାନ ଦେଇଥିଲେ। ଯେଉଁଥିରେ ସେମାନଙ୍କ ମଧ୍ୟରେ ମତାନ୍ତର ଥିବାର ସୂଚନା ବି ଦେଇଥିଲେ।

{"id":184738,"sizeSlug":"large"}

ତେବେ ଗଣମାଧ୍ୟମରେ ସେତେବେଳେ ବନ୍ଦନା ସେମାନଙ୍କ ବିବାଦ ଖୁବ୍ ଶୀଘ୍ର ତୁଟି ଯିବ ବୋଲି ମଧ୍ୟ ଆଶାବ୍ୟକ୍ତ କରିଥିଲେ। ହେଲେ ଏପର୍ଯ୍ୟନ୍ତ ସେପରି କିଛି ହୋଇପାରିନି। ଦୀର୍ଘ ସମୟ ଧରି ସମ୍ପର୍କରେ ରହିବା ପରେ ଇମ୍ରାନ ୨୦୧୧ ମସିହାରେ ଅବନ୍ତିକାଙ୍କ ହାତ ଧରିଥିଲେ। ଉଭୟଙ୍କର ଏକ ଝିଅ ବି ଅଛି ତାର ନାମ ଇମାୟରା। ତେବେ ଇମ୍ରାନଙ୍କ ଫିଲ୍ମ କ୍ୟାରିୟର କଥା ଆଲୋଚନା କଲେ ୨୦୦୮ ମସିହାରେ ଫିଲ୍ମ 'ଜାନେ ତୁ ୟା ଜାନେନା'ରୁ ସେ କ୍ୟାରିୟର ଆରମ୍ଭ କରିଥିଲେ। ହେଲେ ତାଙ୍କୁ ଏତେଟା ସଫଳତା ମିଳିନଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.