କଳାହାଣ୍ଡିର ଆଦର୍ଶ ବୁଥ : କ'ଣ ରହିଥିଲା ସୁବିଧା ଓ ସୁଯୋଗ ଜାଣନ୍ତୁ

Published By : Prameya-News7 Bureau | April 11, 2019 IST

ଭବାନୀପାଟଣା୧୧|୪: ଏତେ ଯାଗାରେ ସମସ୍ୟା ଭିତରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ କିନ୍ତୁ ଆଦର୍ଶ ବୁଥକୁ ନେଇ ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖିବା ଭଳି ଥିଲା ।  ଯେଉଁଠି ନିଜର ମତାଧିକାର ସାବ୍ୟସ୍ତ କରିବାକୁ ଭୋଟରଙ୍କୁ ଲାଲ୍‌ କାର୍ପେଟ୍‌ରେ ସ୍ବାଗତ କରାଯାଉଥିଲା । ଖରା ତାତିରୁ ତ୍ରାହି ପାଇଁ ଟେଣ୍ଟ ବ୍ୟବସ୍ଥା ସହ କୁଲର ମଧ୍ୟ ଲଗାଯାଇଥିଲା । ମାନେ ଏଠି ପୁରା ଥଣ୍ଡା ମୁଡ୍‌ ଓ  କୁଲ୍‌ ମାଇଣ୍ଡରେ ଭୋଟର ସେମାନଙ୍କ ପ୍ରତିନିଧି ବାଛିବାକୁ ସୁଯୋଗ ପାଇଥିଲେ ।

wp:core-embed/youtube {"url":"https://www.youtube.com/watch?v=7Jmh7cO2CfA\u0026feature=youtu.be","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=7Jmh7cO2CfA&feature=youtu.be
/wp:core-embed/youtube {"id":102588}

ବୁଥ ଗୁଡ଼ିକର ସାଜସଜା ଦେଖିଲେ ଗଣତନ୍ତ୍ରର ଏହି ମହାପର୍ବର ମହତ୍ବକୁ ଅନୁଭବ କରିହେଉଥିଲା । ମତଦାତାଙ୍କୁ ଗୋଲାପଫୁଲ ଦେଇ, ସେମାନଙ୍କ ମଥାରେ ଚନ୍ଦନ ଟିପା ଲଗାଇ ସ୍ବାଗତ କରିବାକୁ ଦୃଶ୍ୟ ସମସ୍ତଙ୍କ ମନକୁ ମୋହି ନେଉଥିଲା । ଅନେକ ବୁଥରେ ଭୋଟରଙ୍କ ପାଇଁ ଖାଲି ପାଣିର ବ୍ୟବସ୍ଥା ନଥିଲେ ବି ଆଦର୍ଶ ବୁଥରେ ଭୋଟରଙ୍କୁ ମିଳୁଥିଲା  ଲେମ୍ବୁପାଣି ସର୍ବତ ।

{"id":102589}

ଏଠି ଲୋକେ ଭୋଟ୍‌ ଦେଇ ଯେତିକି ଖୁସି ନଥିଲେ ଭୋଟ୍‌ ଦେବାକୁ ଆସିଥିବା ବେଳେ ଏଭଳି ଆଦର ଅଭ୍ୟର୍ଥନା ପାଇଁ ତା’ଠୁ ଅଧିକ ଖୁସି ଥିଲେ । କାଶ୍‌ ଏମିତି ବ୍ୟବସ୍ଥା ସମସ୍ତ ୭ହଜାର ୨୩୩ ମତଦାନ କେନ୍ଦ୍ରରେ କରାଯାଇଥାନ୍ତା । ତାହେଲେ ମାଲକାନଗିରି, ଜୟପୁର, ବ୍ରହ୍ମପୁରର ଅନେକ ବୁଥ ଭଳି ସ୍ଥିତି ଉପୁଜିନଥାନ୍ତା । ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.