IDBI ବ୍ୟାଙ୍କର ନିବେଶକଙ୍କୁ ୬ ହଜାର କୋଟି ଟଙ୍କାର ଫାଇଦା, ସେୟାର ବଜାରରେ ଉତ୍ସାହ...

Published By : Prameya-News7 Bureau | May 06, 2021 IST

ନୂଆଦିଲ୍ଲୀ ୦୬/୦୫ : କେନ୍ଦ୍ର ସରକାର IDBI ବ୍ୟାଙ୍କକୁ ଘରୋଇକରଣ କରିବା ପାଇଁ ଅନୁମତି ଦେଇଛନ୍ତି । ଏହା ପରେ ସେୟାର ବଜାରରେ ଏହି ବ୍ୟାଙ୍କର ନିବେଶକଙ୍କ ସେୟାରରେ ପ୍ରାୟ ୬ ହଜାର କୋଟି ଟଙ୍କାର ଫାଇଦା ହୋଇଛି । ଗୁରୁବାର ସବୁଜ ସଙ୍କେତରେ ଆରମ୍ଭ ହୋଇଥିଲା କାରବାର । କିଛି ସମୟ କାରବାର ପରେ ସେନସେକ୍ସ ଆହୁରି ବୃଦ୍ଧି ପାଇଥିଲା ।

ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନସେକ୍ସ ୨୦୦ ଅଙ୍କ ବୃଦ୍ଧିପାଇ ୪୮,୮୭୭.୭୮ରେ ଖୋଲିଥିଲା । ଅପରାହ୍ନ ୧ଟା ବେଳେ ସେନସେକ୍ସ ୩୦୩ ପଏଣ୍ଟ ବୃଦ୍ଧିପାଇ ୪୮,୯୮୦.୬୯ରେ ପହଞ୍ଚିଯାଇଥିଲା ଏବଂ କାରବାର ଶେଷ ବେଳକୁ ୨୭୨.୨୧ ପଏଣ୍ଟ ବୃଦ୍ଧି ପାଇ ୪୮,୯୪୯.୭୬ରେ ବନ୍ଦ ହୋଇଥିଲା ।

ସେହିପରି ନେସନାଲ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ୫୧ ପଏଣ୍ଟ ବୃଦ୍ଧିପାଇ ୧୪,୬୬୮.୩୫ରେ ଖୋଲିଥିଲା । ଅପରାହ୍ନ ସୁଦ୍ଧା ୧୦୮ ପଏଣ୍ଟ ବୃଦ୍ଧି ପାଇ ୧୪,୭୨୫.୦୫ରେ ପହଞ୍ଚି ଯାଇଥିଲା । ସେହିଭଳି କାରବାର ଶେଷ ବେଳକୁ ନେସନାଲ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ୧୦୬ ଅଙ୍କ ବୃଦ୍ଧିପାଇ ୧୪,୭୨୪.୮୦ରେ ବନ୍ଦ ହୋଇଥିଲା ।

ବୁଧବାର ସେୟାର ବଜାରରେ କାରବାର ଭଲ ରହିଥିଲା । ସେନସେକ୍ସ ୪୨୪.୦୪ ପଏଣ୍ଟ ବୃଦ୍ଧି ପାଇ ୪୮,୬୭୭.୫୫ରେ ବନ୍ଦ ହୋଇଥିଲା । ସେହିଭଳି ନେସନାଲ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ୧୨୧.୩୫ ଅଙ୍କ ବୃଦ୍ଧି ପାଇ ୧୪,୬୧୭.୮୫ରେ ବନ୍ଦ ହୋଇଥିଲା ।

ଗୁରୁବାର ଡଲାର ତୁଳନାରେ ଟଙ୍କାର ମୂଲ୍ୟ ସାମାନ୍ୟ ବୃଦ୍ଧି ପାଇଛି । ବୁଧବାର ଡଲରେ ତୁଳନାରେ ଟଙ୍କାର ମୂଲ୍ୟ ୭୩.୯୧ରେ ବନ୍ଦ ହୋଇଥିବା ବେଳେ ଗୁରୁବାର ୭୩.୮୬ରେ ଖୋଲିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.