ଭିଜିଲାନ୍ସ ଜାଲରେ ICDS ସୁପରଭାଇଜର, ୧୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ : ଘରୁ ମିଳିଲା ୨ଲକ୍ଷରୁ ଅଧିକ ଟଙ୍କା

Published By : Prameya-News7 Bureau | January 12, 2021 IST

କଳାହାଣ୍ଡି ୧୨।୧: ଭିଜିଲାନ୍ସ ଜାଲରେ ICDS ସୁପରଭାଇଜର ରାଧାରାଣୀ ଦେଈ । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ । ଚଢାଉ ବେଳେ ଘରୁ ୨ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି ।

{"id":391296,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା କୁଟ୍ରୃଖମାର ସେକ୍ଟର ICDS ସୁପରଭାଇଜର ରାଧାରାଣୀ ଦେଈ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।  ଭବାନୀପାଟଣା ବ୍ଲକ କୁରୁମାଚୁଆଁର ଅଙ୍ଗନବାଡି କର୍ମୀ ସୀମନ୍ତିନୀ ନାଏକଙ୍କଠାରୁ ଅକ୍ଟୋବର,  ନଭେମ୍ବର ଓ ଡିସେମ୍ବର ମାସର ଅଣ୍ଡା ଓ ପନିପରିବାର ବିଲ୍ ପାସ୍ ପାଇଁ ପିସି ବାବଦକୁ ୧୦ହଜାର ଟଙ୍କା ଦାବି କରିଥିଲେ । ଏନେଇ କୋରାପୁଟ ଜୟପୁର ଭିଜିଲାନ୍ସର ନୂଆପଡା ଡିଭିଜନ ଭିଜିଲାନ୍ସ ବିଭାଗରେ  ଅଭିଯୋଗ ହୋଇଥିଲା । ମଙ୍ଗଳବାର ତାଙ୍କ ଭବାନୀପାଟଣା ଭଡା ଘରେ ୧୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ନୂଆପଡା  ଭିଜିଲାନ୍ସ ଡିଭିଜନ ଟିମ୍ ଯୋଜନା ମୁତାବକ ତାଙ୍କୁ ଧରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.