ଦୋକାନ ଭିତରକୁ ପଶିଗଲା ହାଇୱା, ଗାଡି ଚଲାଉଥିଲେ ହେଲପର

Published By : Prameya-News7 Bureau | May 06, 2024 IST

ବଡବିଲ ୬।୫: ଭାରସାମ୍ୟ ହରାଇ ଦୋକାନ ଭିତରକୁ ପଶିଗଲା ୧୬ ଚକିଆ ହାଇୱା । ଗାଡି ଚଲାଉଥିଲେ ହେଲପର । ଘଟଣାସ୍ଥଳରେ ତଦନ୍ତ କରୁଛି ପୋଲିସ ।

ସୂଚନାଯୋଗ୍ୟ ଯେ, ରବିବାର ବିଳମ୍ବିତ ରାତି ପ୍ରାୟ ସାଢେ ୧୨ଟା ସମୟରେ ବଡ଼ବିଲ ପିଏଚଡି ରୋଡ୍ ଭଞ୍ଜ କଲୋନୀ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ୧୬ ଚକିଆ ହାଇୱାଟି ଦ୍ରୁତ ଗତିରେ ପିଏଚଡି ପଟୁ ଟାଉନ୍ ପଟକୁ ଆସୁଥିବା ସମୟରେ ଭଞ୍ଜ କଲୋନୀ ଛକ ନିକଟ ଟର୍ଣ୍ଣିଂରେ ଭାରସାମ୍ୟ ହରାଇ ବସିଥିଲା । ଯାହା ଫଳରେ ରାସ୍ତାର ଡାହାଣ ପାର୍ଶ୍ୱକୁ ମାଡ଼ିଯାଇ ସେଠାରେ ଥିବା ୩ଟି ଦୋକାନକୁ ଭାଙ୍ଗି ଭିତରକୁ ପଶି ଯାଇଥିଲା । କ୍ଷତିଗ୍ରସ୍ତ ହୋଇଥିବା ଦୋକାନ ଘରଗୁଡ଼ିକ ଭଗତ ରଜ୍ଜକ ନାମକ ବ୍ୟକ୍ତିଙ୍କର ହୋଇଥିବା ବେଳେ, ଏଗୁଡ଼ିକୁ ସେ ଭଡ଼ା ସୂତ୍ରରେ ଦେଇଥିଲେ । ତେବେ ହାଇୱାକୁ ଗାଡ଼ିର ହେଲପର ଚଲାଉଥିବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଲା ବୋଲି କୁହାଯାଉଛି । ଏନେଇ ଖବର ପାଇବା ପରେ ବଡ଼ବିଲ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । 

You Can Read :

ବନ୍ଧୁକ ମୁନରେ ୧୫ ଲକ୍ଷ ଟଙ୍କା ଲୁଟ୍, ବାଇକ୍‌ରେ ଆସିଥିଲେ ୨ ମୁଖାପିନ୍ଧା ଦୁର୍ବୃତ୍ତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.