ହୋଟେଲରେ ହୋଟେଲ ମାଲିକଙ୍କୁ ଗଳାକାଟି ହତ୍ୟା: ରକ୍ତ ଜୁଡୁବୁଡୁ ଉଲଗ୍ନ ମୃତଦେହ ଉଦ୍ଧାର

Published By : Prameya-News7 Bureau | July 07, 2019 IST

ଯାଜପୁର ୭|୭:  ହୋଟେଲ ମାଲିକଙ୍କ ଗଳକାଟି ହତ୍ୟା କରାଯାଇଛି । ଯାଜପୁର ପାଣିକୋଇଲି ବଜାରରେ ହୋଇଛି ମର୍ଡର । ମୃତ ଯୁବକ ହେଲେ ପାଣିକୋଇଲି ଗାଁର ରବୀନ୍ଦ୍ର ସାହୁ । ଆଜି ସକାଳୁ ରବୀନ୍ଦ୍ରଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ତାଙ୍କ ହୋଟେଲରେ ପଡିଥିବା ଦେଖିବାକୁ ମିଳିଥିଲା । ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଏ ଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସର ଖୋଳତାଡ଼ ଜାରି ରହିଛି । 

{"id":131221}

ସୂଚନାଯୋଗ୍ୟ ଯେ, ପାଣି କୋଇଲି ବଜାରରେ ହୋଟେଲ ମାଲିକକୁ ଗଳା କାଟି ନିର୍ମମ ହତ୍ୟା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହେଲା ଉଲଗ୍ନ ମୃତଦେହ । ମୃତକ ହେଲେ ସ୍ଥାନୀୟ ପାଣିକୋଇଲି ଗାଁର ରବୀନ୍ଦ୍ର ସାହୁ । ରବୀନ୍ଦ୍ର କରିଥିବା ନିଜର ଏକ ହୋଟେଲରୁ ଉଦ୍ଧାର ହୋଇଛି ତାଙ୍କ ମୃତଦେହ । ହତ୍ୟାକାଣ୍ଡ ସ୍ଥାନରୁ ଏକ ଛୁରୀ ସହିତ ରବୀନ୍ଦ୍ରଙ୍କ ପୋଷାକ ଜବତ କରିଛି ପୋଲିସ । ଗତ କିଛିଦିନ ଧରି ନିଜ ପରିବାରକୁ ଛାଡି କେତେକ ଅସାମାଜିକ ବ୍ୟକ୍ତିଙ୍କ ସହିତ ମିଳାମିଶା କରୁଥିଲେ ରବୀନ୍ଦ୍ର । ସେମାନଙ୍କ ସହିତ ମିଶି ନିଶା ସେବନ କରୁଥିଲେ । ସେହି ଆସାମାଜିକ ଗୋଷ୍ଠୀ ହିଁ  ହତ୍ୟାକାଣ୍ଡ ଭିଆଇଥିବା ଅଭିଯୋଗ କରିଛନ୍ତି ରବୀନ୍ଦ୍ରଙ୍କ ବାପା ।

{"id":131346}

ଖବର ପାଇ ପାଣିକୋଇଲି ଥାନା ଅଧିକାରୀ, ଯାଜପୁର ରୋଡ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।  ମୃତଦେହ ଜବତ ପରେ ଶବ ବ୍ୟବଚ୍ଛେଦ  ପାଇଁ ପଠାଯାଇଛି । ପୂର୍ବରୁ ମୃତ ରବୀନ୍ଦ୍ରଙ୍କ ନାଁରେ ଯୌତୁକ ନିର୍ଯାତନା ମାମଲା ଅଛି । ଯୌତୁକ ନିର୍ଯାତନା କେସ୍‌ରେ କିଛି ଦିନ ଜେଲ୍‌ ମଧ୍ୟ ଯାଇଥିଲେ । ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି ।

{"id":131347}

ପାଣିକୋଇଲିରେ ଯାଜପୁର ପୋଲିସର ମୁଖ୍ୟାଳୟ ରହିଛି । ହତ୍ୟାକାଣ୍ଡ ସ୍ଥଳଟି ପାଣିକୋଇଲି ଥାନାଠାରୁ ଅଳ୍ପ ଦୂରତାରେ । ତଥାପି ମର୍ଡର କରି ଫେରାର ହେବାରେ ସକ୍ଷମ ହୋଇଗଲେ ଅପରାଧୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.