ପ୍ରଥମେ ପ୍ରେମ ଜାଲରେ ଫସାଇଲେ, ଭେଟିବାକୁ ଡାକି ନିଜ ପିନ୍ଧା ପୋଷାକ ଖୋଲିଲେ...ରାଜସ୍ଥାନରେ ହନୀ ଟ୍ରାପ୍ ମାମଲା

Published By : Prameya-News7 Bureau | January 28, 2022 IST

ଜୟପୁର,୨୮/୦୧: ରାଜସ୍ଥାନର ଧୋଲପୁର ଜିଲ୍ଲାରେ ହନୀ ଟ୍ରାପର ମାମଲା ସାମ୍ନାକୁ ଆସିଛି । ଜଣେ ବ୍ୟବସାୟୀ ପ୍ରେମ ଜାଲରେ ଫସି ହନୀ ଟ୍ରାପର ଶିକାର ହୋଇଛନ୍ତି । କେବଳ ଏତିକି ନୁହେଁ, ଅଭିଯୁକ୍ତ ମହିଳା ବ୍ୟବସାୟୀଙ୍କୁ ବ୍ଲାକମେଲ କରି ୨ ଲକ୍ଷ ଟଙ୍କାର ହଡପ କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ମହିଳା ଏବେ ଫେରାର ଥିବା ଜଣାପଡିଛି।

ପୋଲିସ ସୂଚନା ଅନୁସାରେ, ଜଗଦମ୍ୱା କଲୋନୀର ୫୫ ବର୍ଷୀୟ ବ୍ୟବସାୟୀ ମୁରାରୀଲାଲ ଜାନୁଆରୀ ୧୫ ତାରିଖ ଦିନ ଘଣ୍ଟାଘର ରାସ୍ତା ଦେଇ ଯାଉଥିଲେ। ଏହି ସମୟରେ ଜଣେ ମହିଳା ଅଟକାଇ ତାଙ୍କୁ ଦୂର ସମ୍ପର୍କୀୟ ହୋଇଥିବା କହିବା ସହ ୨ ହଜାର ଟଙ୍କାର ସାହାଯ୍ୟ ମାଗିଥିଲେ। ବ୍ୟବସାୟୀ ମହିଳାଙ୍କୁ ସାହାଯ୍ୟ କରିବା ସହ ଦୁହେଁ ପରସ୍ପରକୁ ନିଜର ମୋବାଇଲ ନମ୍ୱର ଦେଇଥିଲେ । ଏହାପରେ ଜାନୁଆରୀ ୧୮ତାରିଖରେ ଭୋଗୀରାମ କଲୋନୀର ରହୁଥିବା ୪୦ ବର୍ଷୀୟ ମହାଦେବୀ ଟଙ୍କା ଫେରାଇବା ବାହାନାରେ ବ୍ୟବସାୟୀଙ୍କୁ ନିଜ ସମ୍ପର୍କୀୟଙ୍କ ଘରକୁ ଡାକିଥିଲେ । ଯେଉଁଠି ମହିଳା ଜଣଙ୍କ ନିଜର ପିନ୍ଧା ପୋଷାକ ଖୋଲି ଦେଇଥିଲେ। ଏହି ସମୟରେ ଘର ମାଲିକ, ବ୍ୟବସାୟୀ ଏବଂ ସମ୍ପୃକ୍ତ ମହିଳାଙ୍କୁ ଆପତ୍ତିଜନକ ସ୍ଥିତିରେ ଦେଖିଥିଲେ । ଘର ମାଲିକ ଦୁଷ୍କର୍ମ ମାମଲାରେ ଫସାଇବାର ଧମକ ଦେଇ ବ୍ୟବସାୟୀଙ୍କୁ ୪ଲକ୍ଷ ଟଙ୍କା ଲାଗିଥିଲେ।

ଏଥିରେ ଭୟଭିତ ହୋଇ ବ୍ୟବାସାୟୀ ଜଣଙ୍କ ୨ ଲକ୍ଷ ଟଙ୍କା ଦେବା ପାଇଁ କହିଥିଲେ । ଟଙ୍କା ଦେବା ପରେ ବି ଅଭିଯୁକ୍ତମାନେ ବ୍ୟବସାୟୀଙ୍କୁ ଧମକ ଦେଉଥିଲେ। ଏହାପରେ ପୀଡିତ ବ୍ୟବସାୟୀ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ବ୍ଲାକମେଲ କରିଥିବା ସୀତାରାମଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ମହିଳାକୁ ଖୋଜିବା ପାଇଁ ପୋଲିସ ଏକ ଟିମ ଗଠନ କରିଥିବା ଜଣାପଡିଛି ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.