ରେଳ ଷ୍ଟେସନରେ ଯୁବକଙ୍କ ହାଇଡ୍ରାମା, ଟ୍ରେନ ଉପରେ ଚଢି ତଳକୁ ଡେଇଁବାକୁ ଧମକ

Published By : Prameya-News7 Bureau | May 19, 2022 IST

କଟକ ୧୯।୦୫ :  କଟକ ରେଲୱେ ଷ୍ଟେସନରେ ଯୁବକଙ୍କ ହାଇ ଡ୍ରାମା । ମାଲବାହୀ ଟ୍ରେନ ଉପରେ ଚଢି ତଳକୁ ଡେଇଁବାକୁ ଧମକ ଦେଉଥିଲେ ଯୁବକ ।

ଖବର ଅନୁଯାୟୀ, ଗୁରୁବାର ଦିନ ସକାଳେ ଯୁବକ ଜଣଙ୍କ ଟ୍ରେନ ଉପରେ ଚଢି ଯାଇଥିଲେ । ଦୀର୍ଘ ସମୟ ଧରି ତଳକୁ ଡେଇଁବାକୁ ଧମକାଇଥିଲେ । ଘଟଣାସ୍ଥଳରେ ଆରପିଏଫ୍ ଏବଂ ଜିଆରପି ପହଞ୍ଚି ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ତେବେ ଯୁବକ ଜଣଙ୍କ ମାନସିକ ବିକାରଗ୍ରସ୍ତ ଥିବା ଆରପିଏଫ୍ ପକ୍ଷରୁ ସୂଚନା ମିଳିଛି । ସେ ସ୍ଥାନୀୟ ଅଞ୍ଚଳରେ ବୁଲାବୁଲି କରନ୍ତି ଏବଂ ଅଧିକାଂଶ ସମୟରେ ଏପରି ଭାବେ ଟ୍ରେନ୍‌ ଉପରେ ଚଢିଯାଇଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.