Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଛଠ୍ ପୂଜା ପାଇଁ ଅନୁମତି ମାଗିବାରୁ ହାଇକୋର୍ଟ କହିଲେ- ପର୍ବ ମନାଇବା ପାଇଁ ବଞ୍ଚିବା ଆଗେ ଜରୁରୀ

18/11/2020 at 4:24 PM

ନୂଆଦିଲ୍ଲୀ ୧୮।୧୧: କରୋନା ସଂକ୍ରମଣର ପ୍ରକୋପକୁ ଦୃଷ୍ଟିରେ ରଖି ଦିଲ୍ଲୀ ହାଇକୋର୍ଟ ରାଜଧାନୀର ସାର୍ବଜନୀନ ମନ୍ଦିର, ଘାଟ ଓ ପଡିଆରେ ଛଠ୍ ସମାରୋହ ଆୟୋଜନ କରିବାକୁ ଅନୁମତି ଦେଇ ନାହାନ୍ତି। ଏକ ଆବେଦନକୁ ଖାରଜ କରି ଉଚ୍ଚ ନ୍ୟାୟାଳୟ କହିଛନ୍ତି, ପର୍ବ ପାଇଁ ବଞ୍ଚି ରହିବା ଜରୁରୀ। ଆବେଦନକାରୀ ଦିଲ୍ଲୀରେ କରୋନା ସ୍ଥିତି ବିଷୟରେ ଅନଭିଜ୍ଞ ଅଛନ୍ତି। କୌଣସି ବି ଧର୍ମର ଉତ୍ସବ ପାଳନ ପାଇଁ ସର୍ବ ପ୍ରଥମେ ଆପଣଙ୍କୁ ଜୀବିତ ରହିବା ଜରୁରୀ ବୋଲି ହାଇକୋର୍ଟ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ସରକାର ସାର୍ବଜନୀନ ସ୍ଥାନରେ ଛଠ୍‌ ପୂଜା କରିବାକୁ ଅନୁମତି ଦେଇ ନାହାନ୍ତି। ଏହା ପରେ ପୂଜାର ଅନୁମତି ଲାଗି ହାଇକୋର୍ଟରେ ଆବେଦନ କରାଯାଇଥିଲା। ଚଳିତ ବର୍ଷ ଛଠ୍ ପର୍ବ ନଭେମ୍ଵର ୧୮ରୁ ୨୧ ପର୍ଯ୍ୟନ୍ତ ପାଳନ କରାଯିବ। ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ଛଠ୍‌ ପର୍ବ ପୂର୍ବରୁ ନିଜ ଅଞ୍ଚଳର ଧାର୍ମିକ ଓ ସାମାଜିକ ନେତା ଏବଂ ଛଠ୍‌ ପୂଜା ସମିତି ସହିତ ବୈଠକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସରକାର ଦ୍ଵାରା ଦିଲ୍ଲୀରେ ଗତ ବର୍ଷ ୫୬୫ ସ୍ଥାନରେ ଛଠ୍ ପୂଜା ଆୟୋଜନ କରାଯାଇଥିଲା। ହେଲେ ଚଳିତ ବର୍ଷ କରୋନା ସଂକ୍ରମଣ କାରଣରୁ ଏହା ଉପରେ କଟକଣା ଲଗା ଯାଇଛି। ଅନ୍ୟପଟେ ବିଜେପି କେଜ୍ରିଓ୍ଵାଲ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛି। ହେଲେ ହାଇକୋର୍ଟ ଏବେ ଅନୁମତି ଦେବାକୁ ମନା କରି ଦେଇଛି।

   Related Posts