ବରଫ ଆସ୍ତରଣ ତଳେ ହିମାଚଳ: ତୁଷାରପାତର ମଜା ନେଉଛନ୍ତି ପର୍ଯ୍ୟଟକ

Published By : Prameya-News7 Bureau | January 04, 2021 IST

ଶିମଲା ୦୪/୦୧ : ନୂଆବର୍ଷର ପ୍ରଥମ ସପ୍ତାହରେ ଦେଶରେ ଶୀତ ଲହରୀ ଜାରି ରହିଛି। ମୁଖ୍ୟତଃ ଉତ୍ତର ଭାରତରେ ଭୀଷଣ ଥଣ୍ଡା ଅନୁଭୂତ ହେଉଛି। ଶୀତ ସହ ତୁଷାରପାତ ମଧ୍ୟ ଜାରି ରହିଛି। ଏପଟେ ଗତ ଦୁଇ ଦିନ ହେଲା ଉତ୍ତର ଭାରତର କିଛି ସ୍ଥାନରେ ହାଲୁକା ବର୍ଷା ଲାଗି ରହିଛି। ହିମାଚଳ ପ୍ରଦେଶରେ ଗତ କିଛି ଦିନ ହେଲା ପ୍ରବଳ ତୁଷାରପାତ ହୋଇଛି।

{"id":386704,"sizeSlug":"large","linkDestination":"none"}

ତୁଷାରପାତ ଯୋଗୁଁ ରାସ୍ତାଘାଟ ଜାମ ହୋଇଯିବାରୁ ଲୋକଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। ତୁଷାରପାତର ମଜା ନେବାକୁ ଏବଂ ନୂଆବର୍ଷ ପାଳନ କରିବାକୁ ଅନେକ ପର୍ଯ୍ୟଟକ ଦେଶର ବିଭିନ୍ନ ସ୍ଥାନରୁ ଉତ୍ତର ଭାରତକୁ ଆସିଛନ୍ତି। ପର୍ଯ୍ୟଟକ ଏହି ମନୋରମ ଦୃଶ୍ୟର ମଜା ନେଇଛନ୍ତି। ତୁଷାରପାତ ଯୋଗୁଁ ହିମାଚଳ ଲୋକଙ୍କୁ ଅସୁବିଧା ସମ୍ମୁଖୀନ ହେବାକୁ ପଡିଛି। ଅନେକ ଅଞ୍ଚଳରେ ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ ହୋଇରହିଥିଲା।

{"id":386705,"sizeSlug":"large","linkDestination":"none"}

୫ ନମ୍ବର ଜାତୀୟ ରାଜପଥ କିନ୍ନୌରରୁ କାଜା ଯାଏଁ ଭୂସ୍ଖଳନ ଯୋଗୁଁ ନାକୋ ନିକଟରେ ତୁଷାରପାତ କାରନାର୍ତ୍ତୃ ସମସସ୍ତ ରାସ୍ତା ବନ୍ଦ ରହିଥିଲା। ପାଣିପାଗ ବିଭାଗ କହିଛି ଯେ ଉତ୍ତର-ପଶ୍ଚିମ ଓ ମଧ୍ୟ ଭାରତରେ ତାପମାତ୍ରା ୪ରୁ ୬ ଡିଗ୍ରୀକୁ ବୃଦ୍ଧି ପାଇଛି।

{"id":386707,"width":575,"height":469,"sizeSlug":"large","linkDestination":"none"}

ତୁଷାରପାତ ଯୋଗୁଁ ରାସ୍ତାରେ ଅନେକ ଗାଡି ଫସି ରହିଛି। ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ପୋଲିସ ଏବେ ସୁଦ୍ଧା ଫସିଥିବା ୮୨ ଗାଡିକୁ ବରଫରୁ ବାହାର କରିଛି। ତାଛଡା ତୁଷାରପାତ ଫସି ରହିଥିବା ପାଖାପାଖି ୩୦୦ ପର୍ଯ୍ୟଟକଙ୍କୁ ମଧ୍ୟ ଉଦ୍ଧାର କରିଛି।

{"id":386709,"width":563,"height":413,"sizeSlug":"large","linkDestination":"none"}

ତୁଷାରପାତ ସହ କିଛି ଅଞ୍ଚଳରେ ଭୂସ୍ଖଳନ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ କୌଣସି ପ୍ରକାର କ୍ଷୟକ୍ଷତିର ମାମଲା ସାମ୍ନାକୁ ଆସିନାହିଁ।

{"id":386710,"width":567,"height":347,"sizeSlug":"large","linkDestination":"none"}

ଉତ୍ତର ପ୍ରଦେଶ ସମେତ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ଚଣ୍ଡୀଗଡ଼ ଓ ଦିଲ୍ଲୀରେ ହାଡଭଙ୍ଗା ଶୀତ ଅନୁଭୂତ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.