ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ଜରୁରୀକାଳୀନ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | July 21, 2018 IST

ଲଗାଣ ବର୍ଷା ଜନିତ ସମସ୍ୟା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲାର ଆଲୋଚନା ପାଇଁ ଜରୁରୀ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ସଚିବାଳୟରେ ଜରୁରୀ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ | ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଂଚଳରେ ସ୍ଥିତି ସଂଗୀନ ହେଇପଡିଛି | ଅନେକ ଅଂଚଳ ଜଳମଗ୍ନ ରହିଛି | ରାସ୍ତାରେ ପାଣି ସୁଅ ଚାଲିଛି | ରାଜ୍ୟର ବିଭିନ୍ନ ନଦୀରେ ଜଳପତ୍ତନ ବୃଦ୍ଧି ପାଇଛି | ସହରାଂଚଳରେ ମଧ୍ୟ କୃତ୍ରିମ ବନ୍ୟା ଦେଖିବାକୁ ମିଳିଛି | ଓଡ୍ରାଫ ଓ ଅଗ୍ନିଶମ ବିଭାଗକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି | କେତେକ ଅଂଚଳରେ ରନ୍ଧା ଖାଦ୍ୟ ଯୋଗେଇ ଦେବା ପାଇଁ ପ୍ରଶାସନ ପ୍ରସ୍ତୁତି କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.