Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ପ୍ରବଳ ଗୀଷ୍ମ ପ୍ରବାହକୁ ନଜରେ ରଖି ବଢ଼ିଲା ସ୍କୁଲ ଛୁଟି, ୨୧ ପରିବର୍ତ୍ତେ ୨୬ରେ ଖୋଲିବ ସ୍କୁଲ

19/06/2018 at 10:16 AM

ମୌସୁମୀ ବାୟୁ ଓ ତତ୍‌ଜନିିତ ବର୍ଷା ରାଜ୍ୟରେ ପହଞ୍ଚିବା ପରେ ମୌସୁମୀ ଗାଏବ ହୋଇ ଯାଇଛି। ଫଳରେ ରାଜ୍ୟରେ ଗତ ୧ ସପ୍ତାହ ହେବ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି। ରାଜ୍ୟର ୧୪ରୁ ଊର୍ଧ୍ୱ ସହରର ତାପମାତ୍ର ୪୦ ଡିଗ୍ରି ସେଲସିୟସ ଉପରେ ଥିବାବେଳେ ଭୁବନେଶ୍ୱରର ତାପମାତ୍ରା ଗତ ୩ ଦିନ ହେବ ଲଗାତର ଭାବେ ୪୨ ଡିଗ୍ରି ସେଲସିୟସ ଉପରେ ରହିଛି। ଏହା ସାଙ୍ଗକୁ ପ୍ରବଳ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଏ ପରିସ୍ଥିତିରେ ରାଜ୍ୟର ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଆଖିଆଗରେ ରଖି ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ଗ୍ରୀଷ୍ମ ଛୁଟି ପରେ ଆସନ୍ତା ୧୮ ତାରିଖ ଦିନ ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ବିଦ୍ୟାଳୟ ଗୁଡ଼ିକ ଖୋଲିବା ପାଇଁ ସ୍ଥିର ହୋଇଥିିଲା। ମାତ୍ର ପାଣିପାଗ ବିଭାଗ ଠାରୁ ସତର୍କ ସୂଚନା ପାଇବା ପରେ ରାଜ୍ୟ ସରକାର ଗତ ୧୬ ତାରିଖ ଦିନ ଏହି ଗ୍ରୀଷ୍ମ ଛୁଟିକୁ ୩ ଦିନ ବୃଦ୍ଧି କରିଥିଲେ। ଅର୍ଥାତ ଗ୍ରୀଷ୍ମ ଛୁଟି ପୂରିବା ପରେ ରାଜ୍ୟର ସମସ୍ତ ବିଦ୍ୟାଳୟ ଆସନ୍ତା ୨୧ ତାରିଖରେ ଖୋଲିବ ବୋଲି ଗତ ୧୬ ତାରିଖ ଦିନ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ପାଣିପାଗ ବିଭାଗ ପକ୍ଷରୁ ଯେଉଁ ସତର୍କ ସୂଚନା ଜାରି କରାଯାଇଛି, ତଦ୍ୱାରା ଆସନ୍ତା ୧ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ ରୌଦ୍ରତାପରୁ ମୁକ୍ତି ନାହିଁ। ଏ ପରିସ୍ଥିତିରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦ୍ୟାଳୟଗୁଡ଼ିକର ଗ୍ରୀଷ୍ମାବକାଶ ଅବଧି ପୁଣି ୪ ଦିନ ବୃଦ୍ଧିି କରିଛନ୍ତି। ୨୧ ବଦଳରେ ଆସନ୍ତା ୨୬ ତାରିଖରେ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଖୋଲିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

   Related Posts