ଭୁଲିଗଲା ସମ୍ପର୍କ, ବଡ଼ଭାଇର ଟାଙ୍ଗିଆ ଚୋଟରେ ସାନଭାଇ ମୃତ

Published By : Prameya-News7 Bureau | February 23, 2021 IST

କେନ୍ଦୁଝର ୨୩।୦୨: ବଡ଼ଭାଇର ଟାଙ୍ଗିଆ ଚୋଟରେ ସାନଭାଇର ମୃତ୍ୟୁ । କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ରଙ୍ଗମାଟିଆ ସାହିରେ ଏହି ଅଭାବନୀୟ ଘଟଣା ଘଟିଛି । ବଡ଼ଭାଇର ଟାଙ୍ଗିଆ ଚୋଟରେ ସାନଭାଇର ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି ।

ରଙ୍ଗମାଟିଆ ସାହିର ଲୁନ୍ଧା ମୁଣ୍ଡା ସାନଭାଇ ଦେବେନ ମୁଣ୍ଡାଙ୍କ ଘରେ ମଦ ପିଇ ପ୍ରଥମେ ପାଟିତୁଣ୍ଡ କରିଥିଲେ । ସାନଭାଇଙ୍କ ସ୍ତ୍ରୀ ଏହାକୁ ବିରୋଧ କରିଥିଲେ । ଉତକ୍ଷିପ୍ତ ହୋଇ ଲୁନ୍ଧା ମୁଣ୍ଡା ଏକ ଟାଙ୍ଗିଆରେ ସାନଭାଇ ଦେବେନକୁ ନିର୍ମମ ଭାବେ ହାଣି ହତ୍ୟା କରିଥିଲା । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ବଡ଼ ଭାଇ ଫେରାର ହୋଇ ଯାଇଛି । ନୟାକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.