ହାଥରସ କେସ୍: ଏ ହେଉଛି ପୀଡିତାଙ୍କ ପ୍ରତି ନ୍ୟାୟ... ଫୋନ ଛଡାଇ ସମସ୍ତଙ୍କୁ ଗୋଟିଏ କଠୋରୀରେ ବନ୍ଦ କରି ରଖାଯାଇଛି

Published By : Prameya-News7 Bureau | October 02, 2020 IST

ହାଥରସ ୦୨।୧୦: ହାଥରସ ଗଣଦୁଷ୍କର୍ମ ଓ ମୃତ୍ୟୁ ମାମଲାରେ ପୋଲିସ ଓ ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ଲଗାତାର ପ୍ରଶ୍ନ ଉଠୁଛି। ପୀଡିତାଙ୍କ ଗାଁକୁ ଘେରାବନ୍ଦୀ କରି ରଖାଯାଇଛି। କାହାରିକୁ ଗାଁରୁ ବାହାରକୁ ଯିବା ଏବଂ ବାହାରୁ ଗାଁକୁ ପ୍ରବେଶ କରିବାକୁ ଦିଆଯାଉ ନାହିଁ। ଯୋଗୀ ସରକାର ଏବେ ପୂରା ଦମରେ ହାଥରସର ସତ ଲୁଚାଇବାକୁ ଜୋରସୋରରେ ଉଦ୍ୟମ ଚଳାଇଛନ୍ତି। ଆଇନ ଶୃଙ୍ଖଳାକୁ ନେଇ ଯେଉଁ ଡିଣ୍ଡିମ ପିଟୁଥିଲା ଯୋଗୀ ସରକାର ହାଥରସ ଘଟଣାରେ ପୀଡିତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ସତ ଲୁଚାଇବାକୁ ପ୍ରାଣ ପଣେ ଚେଷ୍ଟା ଚଳାଇଛନ୍ତି।

ଅନ୍ୟପଟେ ଗାଁରୁ ଲୁଚି ଗଣମାଧ୍ୟମ ପାଖକୁ ଦୌଡି ଆସିଥିବା ଜଣେ ଯୁବକ ପୋଲିସ କର୍ତ୍ତୃପକ୍ଷଙ୍କ ଉପରେ ଗୁରୁତର ଅଭିଯୋଗ କରିଛନ୍ତି। ଯୁବକ ଜଣକ କହିଛନ୍ତି ଯେ, ପୀଡିତାଙ୍କ ଘର ଲୋକ ମିଡିଆ ସହ କଥା ହେବାକୁ ଚାହୁଁଛନ୍ତି ମାତ୍ର ଘରେ ଭିତରେ ସେମାନଙ୍କୁ ବନ୍ଦ କରି ରଖାଯାଇଛି। ସମସ୍ତଙ୍କ ମୋବାଇଲ ଛଡାଇ ନିଆଯାଇଛି। ତାଉଙ୍କ ଛାତିକୁ ଜିଲ୍ଲାପାଳ ଗୋଇଠା ମାରିଛନ୍ତି।

ଖେତରେ ଲୁଚିଛପି ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରେ ପହଞ୍ଚିଥିବା ଏହି ଯୁବକ କହିଛନ୍ତି ତାଙ୍କୁ ଘର ଲୋକ ହିଁ ପଠାଇଛନ୍ତି। ଗଣମାଧ୍ୟମକୁ ଡକାଇ ଆଣ, ଘର ଲୋକ ଆପଣଙ୍କ ସହ କଥା ହେବାକୁ ଚାହୁଛନ୍ତି। ପୂରା ପ୍ରଶାସନ ପରିବାର ଲୋକଙ୍କୁ ଘରୁ ବାହାରିକୁ ଦେଉ ନାହିଁ  ବୋଲି ଯୁବକ କହିଛନ୍ତି।

ଯୁବକ ଜଣକ ଦାବି କରିଛନ୍ତି ଯେ, ପୋଲିସ ଘରକୁ ପୂରା ଘେରାବନ୍ଦୀ କରି ରଖିଛି। ଗାଁ, ଗଳି, ଘର ଏବଂ ଘର ଛାତ ଉପରେ ପୋଲିସର କଡା ପ୍ରହାର ରହିଛି। କାହାରିକୁ ବି ବାହାରକୁ ଯିବାକୁ ଦିଆଯାଉ ନାହିଁ। ଗଣମାଧ୍ୟମ ସହ କଥା ନହେବାକୁ ପ୍ରଶାସନ କହିଛି ବୋଲି ଯୁବକ ଜଣକ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି।

ଫୋନ ଛଡାଇ ନେଇଛନ୍ତି

ଯୁବକ କହିଛନ୍ତି ଯେ, ଘରେ ସମସ୍ତ ସଦସ୍ୟଙ୍କ ଫୋନ ଛଡାଇ ନିଆଯାଇଛି। କାହାରି ପାଖରେ ଫୋନ ବି ନାହିଁ। ସମସ୍ତଙ୍କୁ ଗୋଟିଏ  କଠୋରୀରେ ବନ୍ଦ କରି ରଖାଯାଇଛି। ସମସ୍ତେ ବହୁତ ଭୟଭୀତ ହୋଇ ପଡିଛନ୍ତି। ପରିବାର ଲୋକଙ୍କ କଥା କେହି ଶୁଣୁ ନାହାନ୍ତି।

ଯୁବକ ଜଣକ ଅଭିଯୋଗ କରିଛନ୍ତି ଯେ, ଡିଏମ ଘରକୁ ଆସିଥିଲେ। ସେ ତାଉଙ୍କ ଛାତିରେ ଲାତ ମାରିଲେ। ତାଉ ବେହୋସ ହୋଇପଡିଛନ୍ତି। ତାଙ୍କ ସ୍ଵାସ୍ଥ୍ୟ ବିଗିଡି ଯାଇଛି। ମୁଁ ଲୁଚିଛପି ଆପଣଙ୍କ ପର୍ଯ୍ୟନ୍ତ ଆସି ପାରିଛି। ତାଉ କହିଛନ୍ତି ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥା ହୋଇ ଘରକୁ ଡକାଇ ଆଣ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.