ହରମନପ୍ରିତଙ୍କ 'କ୍ୟାଚ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ' : ଡାଇଭ୍ କରି ଗୋଟିଏ ହାତରେ ଧରିଲେ ବଲ୍

Published By : Prameya-News7 Bureau | May 25, 2022 IST

ନୂଆଦିଲ୍ଲୀ ୨୫/୦୫: ମଙ୍ଗଳବାର ମହିଳା ଟି୨୦ ଚ୍ୟାଲେଞ୍ଜରେ ମୁହାଁମୁହିଁ ହୋଇଥିଲେ ସୁପରନୋଭାସ୍ ଓ ଭିଲୋସିଟି ଟିମ୍ । ଦୀପ୍ତି ଶର୍ମାଙ୍କ ନେତୃତ୍ୱରେ ଭିଲୋସିଟି ଯେତେବେଳେ ବ୍ୟାଟିଂ କରୁଥିଲା ସେତେବେଳେ ସୁପରନୋଭାର ଅଧିନାୟକ ହରମନପ୍ରିତ କୌର ଏକ ଦମଦାର କ୍ୟାଚ୍ ଧରିଥିଲେ । ଯାହାକୁ କ୍ୟାଚ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ କୁହାଯାଉଛି ।

କ୍ରିଜରେ ଦମଦାର ବ୍ୟାଟିଂ କରୁଥିଲେ ସେଫାଳୀ ବର୍ମା । ସେ ଥାର୍ଡମ୍ୟାନ୍ ଦିଗରେ ଏକ ସଟ୍ ଖେଳିଥିଲେ । ସେତେବଳେ ହରମନପ୍ରିତ କୌର ଡାଇଭ୍ ଲଗାଇ ଗୋଟିଏ ହାତରେ କ୍ୟାଚ୍ ଧରି ନେଇଥିଲେ । ଏହି କ୍ୟାଚର ଭିଡିଓ ଖୁବ୍ ଭାଇରାଲ ହେଉଛି । ସମସ୍ତେ ହରମନପ୍ରିତଙ୍କ ଫ୍ୟାନ୍ ହୋଇ ଯାଇଛନ୍ତି ।

ଭିଲୋସିଟି ବ୍ୟାଟିଂ କରୁଥିବା ବେଳେ ଦଶମ ଓଭରରେ ଏହି ଘଟଣା ଘଟିଥିଲା । ଏହି ଓଭରରେ ବୋଲିଂ କରୁଥିଲେ ଡାଏଣ୍ଡ୍ରା ଡାଣ୍ଡିନ୍ । ଆଉ କ୍ରିଜରେ ଥିଲା ସେଫାଳୀ । ଓଭରର ଚତୁର୍ଥ ବଲରେ ସେଫାଳୀ କଟ୍ ସଟ୍ ଖେଳିଥିଲେ । କିନ୍ତୁ ହରମନପ୍ରିତଙ୍କ ହାତରେ ଧରା ପଡିଯାଇଥିଲେ ।

ଏହି ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ସୁପରନୋଭାସ ୧୫୦ ରନ୍ କରିଥିଲା । ହରମନପ୍ରିତ ମଧ୍ୟ ୫୧ ବଲରୁ ୭୧ ରନ୍ କରିଥିଲେ । ଯେଉଁଥିରେ ୭ ଚଉକା ଓ ୩ ଛକା ରହିଥିଲା । ତେବେ ଭିଲୋସିଟି ଏହି ଲକ୍ଷ୍ୟକୁ ଚେଜ୍ କରିନେଇଥିଲା । ସେଫାଳୀ ୩୫ ବଲରୁ ୫୧ ରନ୍‌ର ଧୂଆଁଧାର ପାଳି ଖେଳିଥିଲେ  । ଯେଉଁଥିରେ ଗୋଟିଏ ଛକା ଓ ୫ ଚଉକା ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.