ପ୍ରଥମ ସ୍ତ୍ରୀଙ୍କୁ ଛାଡପତ୍ର ନଦେଇ କରିଥିଲେ ଦ୍ବିତୀୟ ବିବାହ, ନିର୍ଯାତନା ଦେଇ ବନ୍ଧା ହେଲେ ହାବିଲଦାର

Published By : Prameya-News7 Bureau | January 20, 2022 IST

ଭୁବନେଶ୍ବର ୨୦।୧: ମହିଳାଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ହାବିଲଦାର ଗିରଫ । ହାବିଲଦାର ସଦାଶିବ ସ୍ବାଇଁଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସର ମହିଳା ଥାନା । ଆଇପିସିର ସଙ୍ଗୀନ ଦଫା ସହ ୪୯୪ରେ ସଦାଶିବଙ୍କୁ ପୋଲିସ ଗିରଫ କରିଛି । କେସ୍ ନମ୍ବର ୦୦୯/୨୦୨୨ରେ ହାବିଲଦାର ଜଣଙ୍କ ଗିରଫ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ବାସନ୍ତି ସ୍ବାଇଁ ନାମକ ମହିଳାଙ୍କୁ ଦ୍ବିତୀୟ ବିବାହ କରିଥିଲେ ସଦାଶିବ ସ୍ବାଇଁ । ମହିଳା ଜଣଙ୍କୁ ସଦାଶିବ ସ୍ବାଇଁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଖାକି ବାବୁ ଜଣଙ୍କ ପ୍ରଥମ ସ୍ତ୍ରୀକୁ ଛାଡ଼ପତ୍ର ନଦେଇ ଦ୍ବିତୀୟ ବିବାହ କରିଥିଲେ । ମହିଳାଙ୍କ ଅଭିଯୋଗ ପରେ ହାବିଲଦାରଙ୍କୁ ଗିରଫ କରି ଥାନାରେ ପଚରାଉଚରା ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.