ବସ୍‌ରେ ମହିଳାଙ୍କୁ ଅସଦାଚରଣ!

Published By : Prameya-News7 Bureau | January 23, 2022 IST

ନୂଆଦିଲ୍ଲୀ ୨୩/୦୧; ମହିଳାଙ୍କୁ ବସ୍‌ରେ ଅସଦାଚରଣ ଅଭିଯୋଗ। ମହିଳାଙ୍କ ଆଙ୍ଗୁଠି କାମୁଡି ବସ୍‌ରୁ ଫେରାର ହୋଇଯାଇଛନ୍ତି ଯୁବକ। ଶୁକ୍ରବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ହରିୟାଣା ଗୁରୁଗ୍ରାମର ସେକ୍ଟର -୧୮ ରେ ଏକ ଅଟୋମୋବାଇଲ ଶୋ ରୁମରୁ ଘରକୁ ଫେରୁଥିବା ବେଳେ ମହିଳା ଜଣଙ୍କ ଅସଦାଚରଣର ଶିକାର ହୋଇଛନ୍ତି।

ବିଳାସପୁର ପୋଲିସ ଷ୍ଟେସନରେ ଯୁବକଙ୍କ ବିରୋଧରେ ଏନେଇ ମହିଳା ଏକ ମାମଲା ରୁଜୁ କରିଛନ୍ତି।

ଶୁକ୍ରବାର ସନ୍ଧ୍ୟାରେ ମହିଳା ଜଣକ ଡ୍ୟୁଟି ସାରି ଏକ ଘରୋଇ ବସରେ ଘରରୁ ଫେରୁଥିଲେ। ରାତି ପ୍ରାୟ ୭.୩୦ ସମୟରେ ପଞ୍ଚଗାଓଁ ଛକରେ ପହଞ୍ଚିବା ପରେ ଜଣେ ସହ-ଯାତ୍ରୀ ତାଙ୍କ ଆଡକୁ ଅନାଇ ତାଙ୍କୁ ଅସଦାଚରଣ କରିଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି।

ମହିଳାଙ୍କ କହିବା ଅନୁଯାୟୀ,“ ବିଲାସପୁର ଛକ୍ ନିକଟରେ ବସ୍‌ରେ ମୋତେ ଅସଦାଚରଣ କରାଗଲା। ଅନ୍ୟ ଯାତ୍ରୀମାନେ ମୋତେ ସାହାଯ୍ୟ କରିବାକୁ ଆସିବା ସମୟରେ ଯୁବକ ଜଣଙ୍କ ମୋ ଆଙ୍ଗୁଠିକୁ କାମୁଡି ସେଠାରୁ ଖସିକି ପଲାଇଥିଲେ। ସେ ମୋତେ ମାରିଦେବାକୁ ମଧ୍ୟ ଧମକ ଦେଇଛନ୍ତି। ”

ଷ୍ଟେସନ ହାଉସ ଅଫିସର ଜୟ ପ୍ରକାଶ କହିଛନ୍ତି ଯେ, ଅଭିଯୁକ୍ତ ଜଣଙ୍କ  ବିଲାସପୁର କାଲାନର ବାସିନ୍ଦା। ଏବେ ସେ  ଫେରାର୍‌ ଅଛନ୍ତି। ଖୁବ୍‌ ଶୀଘ୍ର ତାଙ୍କୁ ଗିରଫ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.