Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||
  • କରଞ୍ଜିଆ : ବିଡିଓଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ, ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ ନିର୍ବାଚିତ ଜନ ପ୍ରତିନିଧିଙ୍କ ଧାରଣା ୪ର୍ଥ ଦିନରେ
  • ||

ତେଜସ୍ ବିମାନ ଲାଗି ପ୍ରତିରକ୍ଷା ମନ୍ତ୍ରାଳୟଙ୍କ ସବୁଜ ସଙ୍କେତ, ମିଳିବ ୮୩ଟି ଅତ୍ୟାଧୁନିକ ଯୁଦ୍ଧବିମାନ

18/03/2020 at 10:29 PM

ନୂଆଦିଲ୍ଲୀ ୧୮।୩:  ହିନ୍ଦୁସ୍ତାନ ଏରୋନେଟିକ୍ସ ଲିଃ( ଏଚଏଏଲ)ଙ୍କ ଠାରୁ ୮୩ଟି ହାଲୁକା ଅତ୍ୟାଧୁନିକ ତେଜସ ଯୁଦ୍ଧବିମାନ କ୍ରୟ ଲାଗି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟଙ୍କଠାରୁ ବୁଧବାର ସବୁଜ ସଙ୍କେତ ମିଳିଛି।  ତେବେ ଚୂଡାନ୍ତ ମଞ୍ଜୁରି ଲାଗି ପ୍ରସ୍ତାବକୁ ସୁରକ୍ଷା ସମ୍ପର୍କିତ କ୍ୟାବିନେଟକୁ ପଠାଯିବ ବୋଲି ମନ୍ତ୍ରାଳୟ ମୁଖପାତ୍ର ଏଠାରେ କହିଛନ୍ତି।

ଆନୁମାନିକ ୩୮ ହଜାର କୋଟି ଟଙ୍କାର ଏହି କାରବାର ଏଚଏଏଲ ଲାଗି ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।  ଏହା ପୂର୍ବରୁ ଏଚଏଏଲ ବାୟୁସେନା ଲାଗି ୪୦ଟି ପ୍ରାରମ୍ଭିକ କନଫ୍ୟୁଗରେସନର ବିମାନ ଲାଗି ଚୁକ୍ତି କରିଥିଲା। ପ୍ରତିରକ୍ଷା ମନ୍ତ୍ରାଳୟଙ୍କ ସୂଚନା ଅନୁସାରେ ରାଜନାଥ ସିଂହଙ୍କ ଅଧ୍ୟକ୍ଷାତାରେ ଅନୁଷ୍ଠିତ ଡିଏସିଙ୍କ ପ୍ରଥମ ବୈଠକରେ ପ୍ରତିରକ୍ଷା ବିଭାଗ (ଡିଓଡି) ଏବଂ ସୈନ୍ୟ ବିଭାଗ(ଡିଏମଏ)ଙ୍କ ଦାୟିତ୍ୱ ପୃଥକ କରିବା ଲାଗି ସହମତି ହୋଇଥିଲା।

ଏହି ନିଷ୍ପତ୍ତି ଯୋଗୁ ସେନା କାର୍ଯ୍ୟରେ ତାଳମେଳ ରହିବା ସହ ଅଧିଗ୍ରହଣ ଶାଖାକୁ ଖୁବ ଶୀଘ୍ର ବିମାନ ମିଳିପାରିବ ବୋଲି ଆଶା କରାଯାଉଛି। ମନ୍ତ୍ରାଳୟଙ୍କ ଏହି ପଦକ୍ଷେପ ଯୋଗୁ ପ୍ରତିରକ୍ଷା ଉପକରଣ ଓ ଅସ୍ତ୍ରଶସ୍ତ୍ର କ୍ରୟ ଅଧିକ ପାରଦର୍ଶିତା ଆସିବ ଏବଂ  ସମୟାନୁସାରେ ବୁଝାମଣା ହେବ।  ତେଜସ୍‌ର ଅତ୍ୟାଧୁନିକ ଭର୍ସନ ଏମକେ ୧-ଏ ଭାରତରେ ନିର୍ମିତ ହେଉଥିବାରୁ ସରକାରଙ୍କର ମେକ୍-ଇନ୍-ଇଣ୍ଡିଆ କାର୍ଯ୍ୟକ୍ରମକୁ ମଧ୍ୟ ପ୍ରୋତ୍ସାହନ ମିଳିପାରିବ ବୋଲି ଆଶା କରାଯାଉଛି।

   Related Posts