Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ଚୀନକୁ ଆଉ ଏକ ଶକ୍ତ ଝଟକା ଦେଲା ଭାରତ, କଲର ଟିଭିର ଆମଦାନୀ ଉପରେ ଲାଗିଲା କଟକଣା

30/07/2020 at 9:56 PM

ନୂଆଦିଲ୍ଲୀ ୩୦।୦୭: ସରକାର ଚୀନକୁ ଆଉ ଏକ ଝଟକା ଦେଇ ରଙ୍ଗୀନ ଟେଲିଭିଜନ ସେଟ୍‌ର ଆମଦାନୀ ଉପରେ କଟକଣା ଲଗାଇଛନ୍ତି। ଏହାର ଉଦ୍ଦେଶ୍ୟ ଘରୋଇ ବିନିର୍ମାଣକୁ ପ୍ରୋତ୍ସାହନ ଦେବା ଏବଂ ଅନ୍ୟ ଦେଶ ଖାସ୍‌ କରି ଚୀନର ରଙ୍ଗୀନ ଟିଭିର ଆମଦାନୀକୁ ହତୋତ୍ସାହିତ କରିବା ରହିଛି। ଏବେ ଚୀନରୁ ଆଉ ରଙ୍ଗୀନ ଟିଭିର ଆମଦାନୀ ହୋଇ ପାରିବ ନାହିଁ।

କୌଣସି ପ୍ରକାରର ସାମଗ୍ରୀକୁ ପ୍ରତିବନ୍ଧିତ ବର୍ଗରେ ଅନ୍ତର୍ଭୁକ୍ତ କରିବାର ଅର୍ଥ ସେହି ଜିନିଷର ଆମଦାନୀ କରୁଥିବା ବ୍ୟକ୍ତି ହେଉ କି ସଂସ୍ଥାକୁ ପ୍ରଥମେ ଡାଇରେକ୍ଟର ଜେନେରାଲ ଅଫ ଫରେନ ଟ୍ରେଡ୍(ଡିଜିଏଫଟି)ରୁ ଲାଇସେନ୍ସ ନେବାକୁ ପଡିବ। ଡିଜିଏଫଟି ବାଣିଜ୍ୟ ମନ୍ତ୍ରଣାଳୟ ଅନ୍ତର୍ଗତ ଆସିଥାଏ। ଭାରତରେ ସର୍ବାଧିକ ଟିଭି ସେଟ୍‌ ଚୀନରୁ ହିଁ ଆମଦାନୀ କରାଯାଏ। ସରକାରଙ୍କ ଏହି ପଦକ୍ଷେପ ପରେ ଚୀନକୁ ଶକ୍ତ ଝଟକା ଲାଗିଛି।

ଚୀନକୁ ପ୍ରତି ମୋର୍ଚ୍ଚାରେ ଜବାବ

ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ଭାରତ ଚୀନକୁ ଆକ୍ରମଣାତ୍ମକ ଜବାବ ଦେଉଥିବା ବେଳେ ଅର୍ଥବ୍ୟବସ୍ଥା କ୍ଷେତ୍ରରେ ବି ମୁହଁତୋଡ ଜବାବ ଦିଆଯାଉଛି। ସରକାର ସରକାରୀ ଆମଦାନୀରେ ଚାଇନିଜ କମ୍ପାନୀର ପ୍ରବେଶ ବନ୍ଦ କରିଛନ୍ତି। ଅର୍ଥାତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ କୌଣସି ବି ପ୍ରକାରର କ୍ରୟରେ ଚାଇନିଜ କମ୍ପାନୀର ବୋଲି ସାମିଲ ହୋଇ ପାରିବ ନାହିଁ। ଏଲଏସିରେ ଉତ୍ତେଜନା ପୂର୍ବରୁ ଏପ୍ରିଲରେ ଭାରତ ପ୍ରତ୍ୟେକ୍ଷ ବିଦେଶୀ(ଏଫଡିଆଇ) ସମ୍ବନ୍ଧିତ ନିୟମରେ ପରିବର୍ତ୍ତନ କରିଥିଲା ଯଦ୍ଵାରା କରୋନା ମହାମାରୀରେ ଉତ୍ପନ ସଙ୍କଟଜନକ ସ୍ଥିତିର ଫାଇଦା ଉଠାଇ ଚୀନ କମ୍ପାନୀ ଘରୋଇ କମ୍ପାନୀର ଅଧିଗ୍ରହଣ କରି ନପାରିବ।

ଏହା ପୂର୍ବରୁ ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଟିକ୍‌ଟକ୍‌, ହେଲୋ, ୟୁସି ବ୍ରାଉଜର, ସେୟାର ଇଟ୍ ପରି ଚୀନର ୫୯ ମୋବାଇଲ ଆପ୍ସ ଉପରେ କଟକଣା ଲଗାଇ ସାରିଛନ୍ତି। ଭାରତରେ ଏହି ସବୁ ଆପ୍ସର କୋଟି କୋଟି ୟୁଜର୍ସ ଥିଲେ। ପ୍ରତିବନ୍ଧକ ପରେ ଚୀନକୁ ଜୋରଦାର ଝଟକା ଲାଗିଛି।

   Related Posts