ଗ୍ରାହକଙ୍କ ପାଇଁ ଖୋଲିବ ବାର, ବିୟର ପାର୍ଲର ଓ ତାଡ଼ି ଦୋକାନ, ଗୋଟିଏ ଟେବୁଲ୍‌ରେ ବସିବେ ଦୁଇ ଜଣ

Published By : Prameya-News7 Bureau | December 21, 2020 IST

ନୂଆଦିଲ୍ଲୀ ୨୧/୧୨: କରୋନା ପ୍ରକୋପ କମୁଥିବା ଖବର ଲୋକଙ୍କ ମନକୁ ଆଶ୍ବସ୍ତି ଦେଇଥିବା ବେଳେ ପୁଣି କରୋନାର ନୂଆ ରୂପ ଚିନ୍ତା ବଢ଼ାଇଛି। ଧିରେଧିରେ ସବୁ କିଛି ସ୍ବଭାବିକ୍‌ ଅବସ୍ଥାକୁ ଫେରିବାକୁ ଲାଗିଥିଲା। କିନ୍ତୁ ବ୍ରିଟେନ୍‌ରେ କରୋନା ଭାଇରସ୍‌ର ନୂଆ ଷ୍ଟେ୍ରନ୍‌ ସମସ୍ତ ଆଶାକୁ ଅନିଶ୍ଚିତତାକୁ ଠେଲି ଦେବାକୁ ବସିଛି। କିନ୍ତୁ ଏହାରି ଭିତରେ ରାଜ୍ୟର ସମସ୍ତ ବାର, ବିୟର ପାର୍ଲଲ ଓ ତାଡ଼ି ଦୋକାନ ଖୋଲିବାକୁ ନିର୍ଦେଶ ଦେଇଛନ୍ତି କେରଳ ସରକାର।

ମାର୍ଚ୍ଚ ପରେ ପ୍ରଥମ ଥର ଏହି ସବୁ ଦୋକାନ, ବାର ଖୋଲିବାକୁ ଯାଉଥିବାରୁ କରୋନା ନିୟମ ବାଧ୍ୟତାମୂଳକ ରହିବ। ଏବେ ସୁଦ୍ଧା କେବଳ ଦ୍ରବ୍ୟ ପାର୍ସଲ ପାଇଁ ସୁବିଧା ଥିଲା। ତେବେ ଏହି ନିଷ୍ପତ୍ତି ଅବକାରୀ କମିଶନରଙ୍କ ପ୍ରସ୍ତାବ ପରେ ସରକାର ଗ୍ରହଣ କରିଥିବା ଜଣାପଡ଼ିଛି। ଏହା ସହ ବାର, ବିୟର ପାର୍ଲର ଆଦି ଖୋଲିବା ତାରିଖ, ଗାଇଡଲାଇନ୍‌ ମଙ୍ଗଳବାର କିମ୍ବା ବୁଧବାର ପ୍ରକାଶ ପାଇବ ବୋଲି ଜଣାପଡ଼ିଛି।

ଲକ୍‌ଡାଉନ୍‌ ପରେ ବାର ଖୋଲିଥିବା ବେଳେ ଗ୍ରାହକ କେବଳ କାଉଣ୍ଟରରୁ ମଦ ପାର୍ସଲ ନେଇପାରୁଥିଲେ। ଏବେ ବାର୍‌ରେ ବସିପାରିବେ ଗ୍ରାହକ। ଗୋଟିଏ ଟେବୁଲ୍‌ରେ କେବଳ ଦୁଇ ଜଣ ଗ୍ରାହକ ବସି ମଦ୍ୟ ପାନ କରିପାରିବେ। ଏହା ସହ ଗ୍ରାହକଙ୍କ ପାଇଁ ସାମାଜିକ ଦୂରତା ନିୟମ ବାଧ୍ୟତାମୂଳକ ହେବ ବୋଲି ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.