କରୋନା ସ୍ଥିତି ସଂଙ୍ଗୀନ : ଆଜିଠୁ ୧୩ ଯାଏ ସଟଡାଉନ୍, ଘରକୁ ଘର ବୁଲି କରାଯିବ ସ୍କ୍ରିନିଂ

Published By : Prameya-News7 Bureau | July 09, 2020 IST

ଗଞ୍ଜାମ ୦୯।୦୭ : ଗଞ୍ଜାମରେ କରୋନା ସ୍ଥିତି ସଂଗୀନ। ସଂକ୍ରମଣ ରୋକିବାକୁ  ଆଜିଠୁ ୧୩ ଯାଏ  ବ୍ରହ୍ମପୁର ମହାନଗର ନିଗମ ସହ ସୋରଡା ଏନଏସି ଓ ଅନ୍ୟ ୫ଟି ବ୍ଲକ ସଟଡାଉନ ରହିବ । ଏହି ସମୟ ଭିତରେ ସମସ୍ତ ୧୬ ଏନଏସି, ହିଞ୍ଜଳିକାଟୁ ପୌରାଞ୍ଚଳ ଓ ବ୍ରହ୍ମପୁର ମହାନଗର ସମେତ ସମସ୍ତ ୨୨ବ୍ଲକ ମୁଖ୍ୟାଳୟରେ ହେଲଥ ସ୍କ୍ରିନିଂ ପାଇଁ ବ୍ୟବସ୍ଥା ହୋଇଛି । 

{"id":298010,"sizeSlug":"large"}

ଗଞ୍ଜାମ ଜିଲ୍ଲାରେ ଆଜିଠୁ  ଦ୍ବିତୀୟ ଥର ପାଇଁ  ସ୍କ୍ରିନିଂ ଆରମ୍ଭ ହେବ। ଜିଲ୍ଲାର ୭ ଲକ୍ଷ  ଲୋକଙ୍କ ପାଇଁ ୨୦୦ ଡାକ୍ତର ଟିମ୍ ଗଠନ କରାଯାଇଛି। ସେପଟେ ସ୍କ୍ରିନିଂ ସମୟରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ  ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବ।  ଜିଲ୍ଲାରେ କରୋନା ସ୍ଥିତି ଭୟାନକ ହେଉଥିବାରୁ ପୋଲିସ ଡିଜି ଗତକାଲି ଛତ୍ରପୁରରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ସମୀକ୍ଷା  କରିଛନ୍ତି। କୌଣସି ଜରୁରୀ ଆବଶ୍ୟକ ନଥିଲେ ଲୋକେ ଥାନାକୁ ଅଭିଯୋଗ କରିବାକୁ ନଆସି ଫୋନ୍ ମାଧ୍ୟମରେ ପୋଲିସକୁ ଜଣାଇବାକୁ ଡିଜିପି କହିଛନ୍ତି ।

{"id":298011,"sizeSlug":"large"}

ଗଞ୍ଜାମର ସବୁ ସୀମା ସିଲ୍ କରିଦିଆଯାଇଛି। ଜିଲ୍ଲାକୁ କୌଣସି ବସ ଗଡିବନି। କୌଣସି ଷ୍ଟେସନରେ ଟ୍ରେନ ଅଟକିବନି। ବ୍ରହ୍ମପୁର MKCGର OPDକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଛି । ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଗତକାଲି  ୨୯ ଟି ସ୍ଥାନରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏନେଇ  ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ ଏକ ହେଲ୍ପ ଲାଇନ୍  ଜାରି କରିଛନ୍ତି । କଲ ସେଣ୍ଟର୍ ନମ୍ବର ୮୧୧୮୦୬୬୩୭୦। କୋରନା ଲକ୍ଷଣ,  ହୋମ୍ କ୍ବାରେଣ୍ଟାଇନ୍,  ଟାଟା କୋଭିଡ୍ ହସ୍ପିଟାଲ୍ କୌଣସି ସମସ୍ଯା କିମ୍ୱା  ସି ସି ସି ସମ୍ବନ୍ଧିତ କୋଣସି ସମସ୍ଯା ଥିଲେ କଲ୍ ସେଣ୍ଟର ନମ୍ବର ଜରିଆରେ ଫୋନ୍ କରିପାରିବେ ବୋଲି ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ଗଞାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.