ରେଳ ଧାରଣା କାଟିଦେଲେ ମାଓବାଦୀ, ମାଲବାହୀ ଟ୍ରେନ୍‌ର ୩ଟି ଇଞ୍ଜିନ୍ ଓ ୨୦ଟି ବଗି ଲାଇନଚ୍ୟୁତ

Published By : Prameya-News7 Bureau | November 27, 2021 IST

ମାଲକାନଗିରି ୨୭।୧୧: ମାଲକାନଗିରି-ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ରେଳ ଲାଇନକୁ ମାଓବାଦୀମାନେ କାଟି ଦେଇଛନ୍ତି । ଫଳରେ ମାଲବାହୀ ଟ୍ରେନର ୩ଟି ଇଞ୍ଜିନ ଓ ୨୦ଟି ବଗି ଲାଇନଚ୍ୟୁତ ହୋଇଛି ।

{"id":550628,"sizeSlug":"full","linkDestination":"none"}

ଭାନସି ଓ କିରାଣ୍ଡୁଲ ମଝିରେ ମାଓବାଦୀମାନେ ଶୁକ୍ରବାର ରାତିରେ ରେଳ ଧାରଣା କାଟିବା ପରେ ଶନିବାର ସକାଳେ ମାଲବାହୀ ଟ୍ରେନ୍ ଟି ଲାଇନଚ୍ୟୁତ ହୋଇଛି । ଘଟଣା ପରେ ବିଶାଖାପାଟଣାଠାରୁ କିରାଣ୍ଡୁଲ ମଧ୍ୟରେ ରେଳ ଚଳାଚଳ ବନ୍ଦ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.