ବିବାହ ମଣ୍ଡପକୁ ଆସି ବରକୁ ପିଟିଲା ଗାର୍ଲଫ୍ରେଣ୍ଡ : ଭଲ ପାଇ ରଖିଥିଲା ଶାରିରୀକ ସମ୍ପର୍କ

Published By : Prameya-News7 Bureau | June 15, 2019 IST

ବିକାଶନଗର ୧୫/୬: ବିବାହ ମଣ୍ଡପରେ ଜଣେ ଗାର୍ଲଫ୍ରେଣ୍ଡ ବରକୁ ପିଟିଛନ୍ତି। ଯୁବକ ନିଜ ଗାର୍ଲଫ୍ରେଣ୍ଡର ପଡ଼ିଶାରେ ରହୁଥିବା ଜଣେ ଯୁବତୀକୁ ବିବାହ କରିବାକୁ ଆସିଥିଲା। ଏହି ଘଟଣାଟି ଘଟିଛି ଉତ୍ତରାଞ୍ଚଳର ବିକାଶନଗରରେ।

ଯୁବକ ଜଣକ ହରିଦ୍ବାରର ସିକରୋଡ଼ା ଭଗବାନପୁର ଅଞ୍ଚଳରେ ରୁହନ୍ତି। ସେ ବିବାହ କରିବା ପାଇଁ ବିକାଶନଗର ଆସିଥିଲେ। କିନ୍ତୁ ତାଙ୍କ ଗାର୍ଲଫ୍ରେଣ୍ଡକୁ ଏହା ବିଷୟରେ ଜଣା ପଡ଼ିଯାଇଥିଲା। ସେ ମଣ୍ଡପକୁ ଆସି ବରକୁ ପିଟିଥିଲେ।

ତାଙ୍କୁ ପିଟିସାରିବା ପରେ ଯୁବତୀ ଜଣକ ତାଙ୍କ ବୟଫ୍ରେଣ୍ଡକୁ ପୋଲିସ୍ ଜିମା ଦେଇଥିଲେ। ଯୁବତୀ ଜଣକ ଅଭିଯୋଗ କରିଥିଲେ ଯେ ଯୁବକ ତାଙ୍କୁ ବିବାହ ପ୍ରତିଶ୍ରୃତ ଦେଇ ଅନେକ ଥର ତାଙ୍କ ସହ ଯୈାନ ସମ୍ପର୍କ ସ୍ଥାପନ କରିଥିଲେ।

ଯୁବତୀଙ୍କ କହିବାନୁସାରେ ଉଭୟଙ୍କର ବନ୍ଧୁତା ପାଖାପାଖି ୩ବର୍ଷ ପୂର୍ବରୁ ହୋଇଥିଲା। ଯୁବତୀଙ୍କ କଥା ଶୁଣି ସ୍ଥାନୀୟ ଲୋକେ ତାଙ୍କ ପକ୍ଷ ନେଇଥିଲେ। ବିବାହ ହେଉଥିବା ସ୍ଥାନରେ ପୋଲିସ୍ ମଧ୍ୟ ଆସି ପହଞ୍ଚିଥିଲା।

ସ୍ଥାନୀୟ ଲୋକେ ମଧ୍ୟ ଯୁବକକୁ ପୋଲିସ ଜିମା ଦେଇଥିଲେ। ଯୁବତୀ ଜଣକ ମାରପିଟ ଏବଂ ପ୍ରତାରଣା ଅଭିଯୋଗ କରିଥିଲେ। ପୋଲିସ୍ ମାମଲାର ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.