Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ପୋଲିସକୁ ଦେଖି କାରରୁ ଓହ୍ଲାଇ ଦୌଡିଲା ମାଫିଆ, ଯାଞ୍ଚ ବେଳେ ମିଳିଲା ୧୧ ଲକ୍ଷ ଟଙ୍କାର ଗଞ୍ଜେଇ

29/06/2021 at 5:39 PM

ମୁନିଗୁଡା ୨୯।୬: ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସକୁ ମିଳିଛି ପୁଣି ଏକ ସଫଳତା । ମୁନିଗୁଡା ଶ୍ମଶାନ ନାଳ ନିକଟରେ ପୋଲିସ ଗାଡି ଯାଞ୍ଚ କରିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଇଣ୍ଡିଗୋ କାରକୁ ଅଟକାଇଥିଲା । ଯାଞ୍ଚ କରିବା ସମୟରେ ସେଥିରେ ଗଞ୍ଜେଇ ଥିବା ପୋଲିସ ଜାଣିପାରିଥିଲା । ଗାଡି ଡ୍ରାଇଭରକୁ ଗିରଫ କରିଥିବା ବେଳେ ଗାଡିରେ ବସିଥିବା ଗଞ୍ଜେଇ ମାଫିଆ ଚମ୍ପଟ ମାରିଥିଲା ।

ଜବତ ଗଞ୍ଜେଇର ଓଜନ ୧ କ୍ବିଣ୍ଟାଲ ୧୦ କେଜି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୧ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।  ଗିରଫ ଡ୍ରାଇଭର ଜଣକ ବୀରେନ୍ଦ୍ର ସିଂ । ଏହି ଗଞ୍ଜେଇ କେନ୍ଦୁଗୁଡାରୁ ମଧ୍ୟପ୍ରଦେଶକୁ ଚାଲାଣ ହେଉଥିବା ଗିରଫ ଡ୍ରାଇଭର କହିଛି । ଏଥିରେ ସପୃକ୍ତ ଗଞ୍ଜେଇ ମାଫିଆକୁ ଧରିବାକୁ ପୋଲିସ ତନାଘନା ଆରମ୍ଭ କରିଛି ।

   Related Posts