୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

Published By : Prameya-News7 Bureau | June 19, 2021 IST

ଲମତାପୁଟ,୧୯/୦୬:  ଗଞ୍ଜେଇ ଚୋରା ଚାଲାଣ ବେଳେ  ମାଡି ବସିଲା ମାଛକୁଣ୍ଡ   ପୋଲିସ  ।   ଆନ୍ଧ୍ର ସୀମାନ୍ତ  ଜଲାପୁଟ, ଅଞ୍ଚଳରୁ ଚୋରା ଚାଲଣ  ବେଳେ   ମାଛକୁଣ୍ଡ ପୋଲିସ  ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଛି । 

ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ  ଏସପିଙ୍କ ନିର୍ଦେଶ କ୍ରମେ  ନନ୍ଦପୁର   ଏସ. ଡ଼ି. ପିଓ.ଙ୍କ   ନେତୃତ୍ଵରେ  ମାଛକୁଣ୍ଡ ପୋଲିସ  ସାନଶଗର  ଗ୍ରାମ ନିକଟରେ   ନାକାବନ୍ଦୀ   କରିଥିଲା  ।  ଜଲାପୁଟ ଅଞ୍ଚଳରୁ  ଦ୍ରୁତ ଗତିରେ ଆସୁଥିବା ପିକଅପ୍ ଭ୍ୟାନକୁ ଅଟକାଇ  ଥିଲା ପୋଲିସ ।   ଗାଡି ଚାଳକକୁ କାବୁ କରିବା ପରେ ଭ୍ୟାନକୁ ଯାଞ୍ଚ କରିବାରୁ ଭ୍ୟାନ ଡାଲାରେ  ୧୫ଟି ବସ୍ତାରେ  ପ୍ରାୟ  ଅଢେଇ  କୁଇଣ୍ଟାଲ ଗଞ୍ଜେଇ ଥିବା ଜଣାପଡିଥିଲା । ଏହାର ମୂଲ୍ୟ ପ୍ରାୟ ୨୫   ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।

ଗିରଫ ଯୁବକ ଜଣଙ୍କ ହେଲେ  ଜଲାପୁଟ ଗ୍ରାମର  ଦେବାଶୀଷ  ଆଚାର୍ଯ୍ୟ  । ତାଙ୍କୁ  ପଚରା ଉଚରା ପରେ ଜଣା ପଡିଥିଲା ଯେ, ସମ୍ପୃକ୍ତ ଯୁବକ ଏହି ଗଞ୍ଜେଇ  ଆନ୍ଧ୍ରପ୍ରଦେଶର  ମୁଚିମପୁଟରୁ ସିମିଳିଗୁଡା ନେଇ ଯାଇଥାନ୍ତେ  ।  ସେଠାରୁ  ବିହାରରୁ ଆସିଥିବା ଗଞ୍ଜେଇ  ମାଫିଆଙ୍କୁ ଏହା  ଦେବାର ଯୋଜନା ଥିଲା ।  ଯୁବକ ଜାଲ୍ ଗାଡି ନମ୍ବର  ବ୍ୟଭହାର କରିବା ସହ ପିକଅପ୍ ଭ୍ୟାନର ଇଞ୍ଜିନ ନମ୍ବର ଏବଂ ଚେସିସ ନମ୍ବର ଲିଭାଇ  ବେଧଡକ ଗଞ୍ଜେଇ ଚୋରା ଚାଳଣ କରୁଥିବା ପୋଲିସ କହିଛି ।  ଏହି ଘଟଣାର ତଦନ୍ତ ପୋଲିସ  ଜାରି ରଖିଛି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ମାଛକୁଣ୍ଡ ପୋଲିସ  ଆଜି ପର୍ଯ୍ୟନ୍ତ  ଗଞ୍ଜେଇ ଚୋରାଚାଳାଣ ବେଳେ ୨୧ ଥର ଧରିଥିବା ବେଳେ  ୩୨ ଜଣଙ୍କୁ  ଗିରଫ କରି କୋର୍ଟଚାଲାଣ  କରିଛି । ସମୁଦାୟ ୫ ଟନ୍ ୩୦୭ କେଜି  ଗଞ୍ଜେଇ  ଜବତ ହେବା ସହ ୧୭ ଟି ଗାଡି ଜବତ ମଧ୍ୟ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.