କରୋନା ମୁକାବିଲାର ସଚେତନତା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଟ୍ୱିଟ୍: ଘରେ ରୁହନ୍ତୁ, ହାତ ଧୁଅନ୍ତୁ, ସାମାଜିକ ଦୂରତ୍ୱ ମାନନ୍ତୁ

Published By : Prameya-News7 Bureau | June 09, 2020 IST

ବ୍ରହ୍ମପୁର, ୦୯|୦୬: ଓଡିଶାରେ ମଧ୍ୟ କରୋନା କାୟା ମେଲାଇବାରେ ଲାଗିଛି । ଏବେସୁଦ୍ଧା ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୧୪୦ରେ ପହଁଚିଲାଣି ।ରାଜ୍ୟରେ ଗଞ୍ଜାମ ଜିଲ୍ଲାରୁ ହିଁ ସବୁଠାରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ଜିଲ୍ଲାବାସୀଙ୍କୁ ସଚେତନ କରିଛନ୍ତି ଜିଲ୍ଲାପାଳ ।

ଜିଲ୍ଲାପାଳ ଟ୍ୱିଟ୍ ମାଧ୍ୟମରେ ଜିଲ୍ଲାବାସୀଙ୍କୁ ସଚେତନ କରିଛନ୍ତି । ଏହାସହ ପରାମର୍ଶ ଦେଇ କହିଛନ୍ତି ଯେ, ସମସ୍ତେ ସଚେତନ ହେବା ସହ ସୁରକ୍ଷିତ ରୁହନ୍ତୁ । ଯଦି କରୋନା ଲକ୍ଷଣ ଦେଖାଯାଏ ତେବେ ଏହାକୁ ଲୁଚାଇବା ଅନୁଚିତ । ଘରେ ରୁହନ୍ତୁ । କୌଣସି ଜରୁରୀ କାମ ନଥିଲେ ବାହାରକୁ ବାହାରନ୍ତୁ ନାହିଁ । ୨ ମିଟର ସାମାଜିକ ଦୂରତା ରକ୍ଷା କରନ୍ତୁ । ଆହୁରି ମଧ୍ୟ ହାତ ସଫା କରିବା ସହ ହାତକୁ ନାକ, ପାଟି ଓ ଆଖିରେ ନମାରିବାକୁ ସେ ପରାମର୍ଶ ଦେଇଛନ୍ତି ।

wp:html /wp:html

ସାରା ବିଶ୍ୱ ଏବେ ମାରାତ୍ମକ କରୋନା ଭାଇରସର ମୁକାବିଲା କରୁଛି । ଏହି ଭାଇରସର କୌଣସି ଭାକସିନ୍ ବାହାରି ନାହିଁ । ଭାରତ ସମେତ ପ୍ରାୟ ସମସ୍ତ ଦେଶ ଏହି ଭାଇରସ ଦ୍ୱାରା ପ୍ରଭାବିତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.