ପୁଣି ୨ ଦିନିଆ ରିମାଣ୍ଡରେ ଟିଟୋ

Published By : Prameya-News7 Bureau | August 04, 2018 IST

କେନ୍ଦ୍ରାପଡା ୪/୮ : ଗ୍ୟାଙ୍ଗଷ୍ଟର ଟିଟୋକୁ ପୁଣି ଦୁଇ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ ଏସ୍ଟିଏଫ | ଇଂଜିନିୟର ଦେବାଶିଷ ହତ୍ୟା ମାମଲାରେ ଟିଟୋକୁ ଅଧିକ ପଚରାଉଚୁରା କରାଯାଇପାରେ | ରିମାଣ୍ଡରେ ନେବା ପାଇଁ କେନ୍ଦ୍ରାପଡା ଏସ୍ଡ଼ିଜେଏମ କୋର୍ଟରେ ପୋଲିସ ପକ୍ଷରୁ ଆବେଦନ କରାଯାଇଥିଲା | ଆଜି କେନ୍ଦ୍ରାପଡା ଏସ୍ଡ଼ିଜେଏମ ଅଦାଲତ ରିମାଣ୍ଡ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି | ଜୁନ ୩୦ ତାରିଖରେ ଚଣ୍ଡିଖୋଲ ଠାରେ ପୋଲିସ ସହ ଟିଟୋର ଏନକାଉଣ୍ଟର ହୋଇଥିଲା | ଟିଟୋର ବାମ ଗୋଡରେ ଗୁଳି ବାଜି ସେ ଆହତ ହୋଇଥିବାରୁ ତାକୁ କଟକ ବଡ ମେଡିକାଲରେ ଚିକିତ୍ସା କରାଯାଇଥିଲା | ଟିଟୋ ଭଲ ହେବା ପରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ ଟିଟୋକୁ କେନ୍ଦ୍ରାପଡା ଏସ୍ଡ଼ିଜେଏମଙ୍କ କୋର୍ଟରେ ହାଜର କରାଯାଇଥିଲା | ଫଳରେ ତାକୁ ଜେଲ ପଠାଇ ଦିଆଯାଇଥିଲା | ପରବର୍ତ୍ତୀ ସମୟରେ ଟିଟୋର ଅପରାଧ ସାମ୍ରାଜ୍ୟର ଗୁମର ଖୋଲିବାରେ ଲାଗିଥିଲା | ଗୋଟିଏ ପରେ ଗୋଟିଏ କେଳେଙ୍କାରୀ ପଦାକୁ ଆସିବାରୁ ତାକୁ ଏସ୍ଟିଏଫ ୫ ଦିନିଆ ରିମାଣ୍ଡରେ ନେଇ ତନାଘନା ପଚରାଉଚୁରା କରିଥିଲା | ଏହି ସମୟରେ ଟିଟୋର ଯାଜପୁର ଜିଲ୍ଲାରେ ମୋରମ ପାହାଡ ଲିଜ, ବଲିଉଡରେ କଳା ଟଙ୍କା ବିନିଯୋଗ, ଏଇଓସିଏଲ ପେଟ୍ରୋଲ ପମ୍ପ ହାତେଇବା, କୋଟି କୋଟି ଟଙ୍କାର କଳା ଟଙ୍କା ଏବଂ ସମ୍ପତ୍ତି କଥା ପଦାକୁ ଆସିଥିଲା | ଏବେ ପୁଣି ଟିଟୋକୁ ରିମାଣ୍ଡରେ ନେବା ପରେ ଆହୁରି ଅନେକ ତଥ୍ୟ ପଦାକୁ ଆସିବ ବୋଲି ଆଶା କରାଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.