ଗ୍ୟାଙ୍ଗଷ୍ଟର୍ ସକିଲ୍‌ର ଗର୍ଲଫ୍ରେଣ୍ଡ ନମ୍ବର ଥ୍ରୀ ମାନସୀ, ଏଇଠି ଶେଷ ହେବ ବାନ୍ଧବୀ ତାଲିକା ନା ଆହୁରି ଲମ୍ବିବ ?

Published By : Prameya-News7 Bureau | October 26, 2021 IST

କଟକ ୨୬।୧୦: ଗ୍ୟାଙ୍ଗଷ୍ଟର୍ ର ଗର୍ଲଫ୍ରେଣ୍ଡ । ମହମ୍ମଦ ସକିଲର ଗର୍ଲଫ୍ରେଣ୍ଡ ମାନସୀ ଗିରଫ । ଗର୍ଲଫ୍ରେଣ୍ଡ ନମ୍ବର ଥ୍ରୀ । ତେବେ କେବଳ ଗର୍ଲଫ୍ରେଣ୍ଡ ନୁହେଁ ସେ ଲେଡି ଡନ୍ । ଜେଲ୍ ରେ ଥିବା ଗ୍ୟାଙ୍ଗଷ୍ଟର୍‌ ର ଗ୍ୟାଙ୍ଗକୁ ଅପରେଟ୍ କରେ ଗର୍ଲଫ୍ରେଣ୍ଡ ମାନସୀ । ପୂର୍ବରୁ ଦୁଇ ବାନ୍ଧବୀ ଧରାପଡିଥିବା ବେଳେ ଏବେ ପଡିଛି ମାନସୀର ପାଳି ।

ବଟି ପାଇଁ ଧମକ ଏବଂ ଆକ୍ରମଣ ଅଭିଯୋଗରେ ମାନସୀ ନାୟକ ଗିରଫ । ଲାଲବାଗ ଥାନା ପୋଲିସ ସୋମବାର ମାନସୀକୁ ଗିରଫ କରିଛି । ଜେଲ୍ ରେ ଥିବା ସକିଲ ପାଇଁ କାମ କରୁଥିଲା ମାନସୀ । ଥିଲା ତାର ବାନ୍ଧବୀ । କିନ୍ତୁ ତା ପୂର୍ବରୁ ଗିରଫ ହୋଇଛନ୍ତି ଡେଜି ଓ ରେସମ । ସେମାନେ ବି ସକିଲର ଗର୍ଲଫ୍ରେଣ୍ଡ । ଲେଡି ଡନ୍ । ମାଗୁଥିଲେ ବଟି, ଦେଉଥିଲେ ଧମକ ।

କେଶରପୁରର ରେସମ ଓରଫ ନିଖାତ୍ ନସିମ୍ ୨୦୨୦ ଜାନୁଆରୀ ୧ ରେ ଗିରଫ ହୋଇଥିଲା। ତାର ଦୁଇ ଦିନ ପରେ ଗିରଫ ହୋଇଥିଲା ଡେଜି ଓରଫ ନସରିନ୍ ଖାନ୍ । ଚୌଦ୍ବାର ଜେଲରୁ ଥାଇ ଭିଡିଓ କଲରେ ଆନନ୍ଦ ସ୍ପୋର୍ଟସ୍ ମାଲିକଙ୍କୁ ୧୦ଲକ୍ଷ ଟଙ୍କା ବଟି ମାଗିବା ଅଭିଯୋଗରେ ହୋଇଥିଲେ ଗିରଫ । ସେବେଠୁ ସ୍କାନରରେ ଥିଲା ସକିଲର ତୃତୀୟ ବାନ୍ଧବୀ ମାନସୀ ।

୨୮ ବର୍ଷିୟ ମାନସୀ ବିବାହିତା । ୨୦୧୪ରେ ହତ୍ୟା ମାମଲାରେ ଯାଇଥିଲା ଜେଲ୍‌ । ଚୌଦ୍ବାର ଜେଲ୍‌ରେ ଗ୍ୟାଙ୍ଗଷ୍ଟର ସକିଲ୍‌ ପ୍ରେମରେ ପଡିଥିଲା ମାନସୀ । ଏଥିପାଇଁ ଜେଲ୍‌ରୁ ବାହାରିବା ପରେ ମାନସୀଠାରୁ ଦୂରେଇଥିଲା ସ୍ବାମୀ । ଦୁଇ ପିଲାଙ୍କ ସହ ପୁରୀଘାଟ ଅଞ୍ଚଳରେ ରହୁଥିଲା ମାନସୀ । ଜେଲ୍ ବାହାରେ ଥିବା ସକିଲର ସହଯୋଗୀଙ୍କୁ ଏକାଠି କରି ଚଳାଉଥିଲା ଅପରାଧୀ ଗ୍ୟାଙ୍ଗ୍ । ଏବେ ବ୍ୟବସାୟୀ ମହମ୍ମଦ ରେହମାନଙ୍କୁ ଧମକ ଓ ଆକ୍ରମଣ ଅଭିଯୋଗରେ ହୋଇଛି ଗିରଫ । ସକିଲ୍‌ ଏବେ କୋରାପୁଟ୍‌ ଜେଲ୍‌ରେ । ମାନସୀ ଗିରଫ ପରେ ଏଇଠି ଶେଷ କିମ୍ବା ଆହୁରି କେତେ ତାହା କହିବା ମୁସ୍କିଲ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.