ଧରାପଡିଲା ଗ୍ୟାଙ୍ଗଷ୍ଟର ହାଇଦର, ତେଲେଙ୍ଗାନାରୁ ଗିରଫ କଲା ଓଡିଶା ପୋଲିସର ସ୍ପେଶାଲ ସ୍କ୍ବାଡ୍‌

Published By : Prameya-News7 Bureau | April 15, 2021 IST

ଭୁବନେଶ୍ବର ୧୫/୦୪ : ଧରାପଡିଲା ହାଇଦର । କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଧରାପଡିଥିବା ସୂଚନା ମିଳିଛି । ହାଇଦରକୁ ତେଲେଙ୍ଗାନାରୁ ଧରାଯାଇଥିବା ସୂଚନା ମିଳିଛି । ତେଲେଙ୍ଗାନାର ଏକ ସ୍ଥାନରୁ ପୋଲିସ ଗିରଫ କରିଛି । କଟକ ଏସସିବି ହସ୍ପିଟାଲରୁ ଚିକିତ୍ସାଧୀନ ଅବସ୍ଥାରେ ଫେରାର ହୋଇଯାଇଥିଲା ଗ୍ୟାଙ୍ଗଷ୍ଟର ହାଇଦର ।

ସୂଚନା ମୁତାବକ, ଗ୍ୟାଙ୍ଗଷ୍ଟର ହାଇଦରକୁ ଚିକିତ୍ସା ପାଇଁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଖସିବା ପାଇଁ ପ୍ରସ୍ତୁତ କରିଥିଲା ବ୍ଲୁ ପ୍ରିଣ୍ଟ । ଯୋଜନା ମୁତାବକ ଏପ୍ରିଲ ୧୦ ତାରିଖରେ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସଙ୍କୁ ନିଶା ଦେଇ ଚମ୍ପଟ ମାରିଥିଲା ହାଇଦର । କୁଖ୍ୟାତ ଅପରାଧୀ ହାଇଦର ଖସିଯିବା ପରେ ପୋଲିସର ନିଦ ହଜିଯାଇଥିଲା । ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ କରିଥିଲା ପୋଲିସ । ରାଜ୍ୟ ଭିତର ସମେତ ରାଜ୍ୟ ବାହାରକୁ ମଧ୍ୟ ସ୍ବେଶାଲ ଟିମ ପଠାଯାଇଥିଲା ।

ତେବେ ହାଇଦର ତେଲେଙ୍ଗାନାରେ ଲୁଚିଥିବା ଜାଣିବାକୁ ପାଇଥିଲା ପୋଲିସ । ତେଲେଙ୍ଗାନାର ସଙ୍ଗାରେଡ୍ଡୀରେ ଲୁଚିଥିଲା ପୋଲିସ । ତେବେ ତେଲେଙ୍ଗାନା ପୋଲିସ ସହାୟତାରେ ଓଡିଶା ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ତାକୁ ଧରିବାକୁ ସକ୍ଷମ ହୋଇଛି ବୋଲିି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ତେବେ ହାଇଦରକୁ ଖୁବ ଶୀଘ୍ର ଓଡିଶା ଆଣିବା ପାଇଁ ବ୍ୟବସ୍ଥା କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.