ପୂରଣ ହେବ ଆପଣଙ୍କର ସମସ୍ତ ମନସ୍କାମନା : ଆସନ୍ତା କାଲି ସଠିକ୍ ବିଧିରେ କରନ୍ତୁ ଗଣେଶ ଚତୁର୍ଥୀ ବ୍ରତ

Published By : Prameya-News7 Bureau | April 10, 2020 IST

ଶନିବାର ଅପ୍ରେଲ୍ ୧୧ତାରିଖ ବୈଶାଖ ମାସର କୃଷ୍ଣ ପକ୍ଷ ଚତୁର୍ଥୀ। ଏହି ତିଥିରେ ଗଣେଶଙ୍କ ପୂଜା କରାଯାଇଥାଏ ଏବଂ ଭକ୍ତମାନେ ବ୍ରତ ରଖନ୍ତି। ଏହି ତିଥିରେ ଭଗବାନ ଗଣେଶଙ୍କ ଜନ୍ମ ହୋଇଥିଲା। ଚତୁର୍ଥୀରେ ଗଣେଶଙ୍କ ପୂଜା କରନ୍ତୁ ଏବଂ ଶ୍ରୀ ଗଣେଶାୟ ନମଃ ମନ୍ତ୍ର ଜପ କରନ୍ତୁ। ମନ୍ତ୍ର ଜପ ଅତିକମରେ ୧୦୮ଥର କରନ୍ତୁ। ପୂଜାରେ ଗୋଟିଏ ବିଶେଷ କଥା ପ୍ରତି ଧ୍ୟାନ ରଖିବାକୁ ପଡ଼ିଥାଏ ଭଗବାନ ଗଣେଶଙ୍କୁ ତୁଳସୀ ଚଢ଼ାନ୍ତୁ ନାହିଁ। ଏହି ସମ୍ବନ୍ଧରେ ତୁଳସୀ ଏବଂ ଗଣେଷଙ୍କ ସହ ଜଡ଼ିତ ଏକ କଥା ପ୍ରଚଳିତ ରହିଛି। ଜାଣନ୍ତୁ ଏକଥା...

ପ୍ରଚଳିତ କଥା ଅନୁସାରେ ଆଗକାଳରେ ତୁଳସୀ ଭଗବାନ ଗଣେଶଙ୍କୁ ବିବାହ କରିବାକୁ ଚାହୁଁଥିଲେ। ତୁଳସୀ ଗଣେଶଙ୍କୁ ବିବାହ କରିବାକୁ ପ୍ରାର୍ଥନା କରିଥିଲେ,କିନ୍ତୁ ଗଣେଶ ବିବାହ କରିବାକୁ ମନା କରି ଦେଇଥିଲେ। ଗଣେଶ ମନା କରିଦେବାରୁ ତୁଳସୀ ରାଗି ଯାଇଥିଲେ। ରାଗିଯାଇ ତୁଳସୀ ଗଣେଶଙ୍କୁ ୨ଟି ବିବାହ ହେବାର ଅଭିଶାପ ଦେଇଥିଲେ। ଏହି ଅଭିଶାପ ଯୋଗୁଁ ଗଣେଶ ରାଗି ଯାଇଥିଲେ ଏବଂ ସେ ମଧ୍ୟ ତୁଳସୀଙ୍କୁ ଅଭିଶାପ ଦେଇ କହିଥିଲେ ଯେ ତାଙ୍କର ବିବାହ ଜଣେ ଅସୁରଙ୍କ ସହ ହେବ।

ଅସୁରଙ୍କ ସହ ବିବାହ ହେବାର ଅଭିଶାପ ଶୁଣି ତୁଳସୀ ଦୁଃଖୀ ହୋଇଯାଇଥିଲେ,ସେ ଗଣେଶଙ୍କୁ ନିଜ ବ୍ୟବହାର ପାଇଁ କ୍ଷମା ମାଗିଥିଲେ। ଗଣେଶ କହିଥିଲେ ଯେ ତାଙ୍କର ବିବାହ ଶଙ୍ଖଚୂର୍ଣ୍ଣଙ୍କ ସହ ହେବ କିନ୍ତୁ ସେ ଭଗବାନ ବିଷ୍ଣୁଙ୍କର ପ୍ରିୟ ହେବା ସହ ପୂଜା ମଧ୍ୟ ପାଇବେ,କିନ୍ତୁ ତାଙ୍କ ପୂଜାରେ ସେ ବର୍ଜିତ ହେବେ। ଏଥିପାଇଁ ଗଣେଶଙ୍କ ପୂଜାରେ ତୁଳସୀ ଚଢ଼ାଯାଏ ନାହିଁ।

ଚତୁର୍ଥୀ ତିଥିରେ ସକାଳେ ଶୀଘ୍ର ଉଠି ସ୍ନାନ କରିବା ପରେ ସୂର୍ଯ୍ୟଙ୍କୁ ଜଳ ଚଢ଼ାନ୍ତୁ। ଏହା ପରେ ଘରର ମନ୍ଦିରରେ ଗଣେଶଙ୍କ ପୂଜା କରନ୍ତୁ। ପୂଜାରେ ଭଗବାନଙ୍କୁ ସ୍ନାନ କରାନ୍ତୁ।  ବସ୍ତ୍ର ଅର୍ପଣ କରନ୍ତୁ। ତିଳକ ଲଗାନ୍ତୁ। ଆଭୂଷଣ ଚଢ଼ାନ୍ତୁ। ଦୁବ ଅର୍ପଣ କରନ୍ତୁ। ଘରେ ପ୍ରସ୍ତୁତ ହୋଇଥିବା ମିଠା ବ୍ୟଞ୍ଜନ ଭୋଗ ଲଗାନ୍ତୁ। ଧୂପ-ଦୀପ ଜଳାନ୍ତୁ। ଆଳତୀ କରନ୍ତୁ। ପରିକ୍ରମା କରନ୍ତୁ। ଓଁ ଗଂ ଗଣପତୟୈ ନମଃ ମନ୍ତ୍ର ଜପ କରନ୍ତୁ। ପୂଜା ପରେ ପ୍ରସାଦ ଅନ୍ୟ ଭକ୍ତଙ୍କୁ ବିତରଣ କରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.