ରାଜ୍ୟରେ ପୁଣି ୪ଜଣ କରୋନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୪କୁ ବୃଦ୍ଧି

Published By : Prameya-News7 Bureau | April 24, 2020 IST

ଭୁବନେଶ୍ୱର ୧୪।୦୪: ରାଜ୍ୟରେ ଆଉ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ତେବେ ଅପରାହ୍ନରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୪କୁ ବୃଦ୍ଧି ପାଇଛି । ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ଭଦ୍ରକ ଜିଲ୍ଲାର ବୋଲି ଜଣାପଡିଛି । ଏବଂ ସମସ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ ରହିଛି । ସମସ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।

wp:core-embed/twitter {"url":"https://twitter.com/IPR_Odisha/status/1253637366792798209","type":"rich","providerNameSlug":"twitter","className":""}
https://twitter.com/IPR_Odisha/status/1253637366792798209
/wp:core-embed/twitter

ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ଚାରିଜଣ କରୋନା ପଜିଟିଭ୍‌ ଭଦ୍ରକ ଜିଲ୍ଲାର ବୋଲି ଜଣାପଡିଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ତିହିଡି ଓ ଦୁଇ ଧାମନଗର ବ୍ଲକର ବୋଲି ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତମାନେ କିଛିଦିନ ତଳେ ପଶ୍ଚିମବଙ୍ଗରୁ ଫେରିଥିଲେ । ସମସ୍ତ ସଂକ୍ରମିତ ପୁରୁଷ । ଏବଂ ସେମାନଙ୍କ ବୟସ ଯଥାକ୍ରମେ ୪୦ବର୍ଷ,୨୯ବର୍ଷ, ୪୨ବର୍ଷ ଓ ୨୪ ବର୍ଷ । ସମସ୍ତ ଚାରିଜଣ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ସେହିପରି ଆଜି ସକାଳ ସମୟରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏବଂ ତାଙ୍କ ଘର ମଧ୍ୟ ଭଦ୍ରକର ବୋଲି ଜଣାପଡିଥିଲା । ସେ ମଧ୍ୟ ପଶ୍ଚିମବଙ୍ଗ ଫେରନ୍ତା । ବର୍ତ୍ତମାନର ସ୍ଥିତିକୁ ଦେଖିଲେ ରାଜ୍ୟ ପାଇଁ ଚିନ୍ତା ବଢାଇଛନ୍ତି ପଶ୍ଚିମବଙ୍ଗ ଫେରନ୍ତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.