ପୋଲିସ କବଜାରେ ୪ ଅପହରଣକାରୀ, ବନ୍ଧୁକ ଓ ମାରଣାସ୍ତ୍ର ଜବତ : ଯୁବକଙ୍କୁ ଅପହରଣ କରି ମାଗୁଥିଲେ ୪୫ଲକ୍ଷ ଟଙ୍କା

Published By : Prameya-News7 Bureau | September 30, 2020 IST

ଭଦ୍ରକ ୩୦।୯: ଯୁବକଙ୍କୁ ଅପହରଣ ଓ ପରେ ୪୫ ଲକ୍ଷ ଟଙ୍କା ମାଗିବା ମାମଲାରେ ୪ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତମାନଙ୍କୁ ନିକଟରୁ ଦେଶୀ ପିସ୍ତଲ ଓ ଧାରୁଆ ମାରଣାସ୍ତ୍ର ଜବତ କରିଛି ପୋଲିସ ।

{"id":336612,"sizeSlug":"large"}

ସୂଚନାଯୋଗ୍ୟ ଯେ, ଭଦ୍ରକ ଗ୍ରାମାଞ୍ଚଳ ଥାନା ବହୁଦରଡ଼ା ଗ୍ରାମର ଗଜେନ୍ଦ୍ର ସିଂ ନାମକ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଅପହରଣ  କରିନେଇଥିଲେ । ବାଇକ ଓ ବୋଲେରୋ ଯୋଗେ ଯୁବକ ଜଣଙ୍କୁ ଅପହରଣ କରିଥିଲେ ଦୁର୍ବୃତ୍ତ । ଗତ ସେପ୍ଟେମ୍ବର ମାସ ୧୯ ତାରିଖରେ ଯୁବକଙ୍କୁ ଅପହରଣ କରି ତାଙ୍କ ପରିବାର ଲୋକଙ୍କୁ ୪୫ ଲକ୍ଷ ଟାଙ୍କା ମାଗୁଥିଲେ ଅପହରଣକାରୀ । ଅଭିଯୋଗ ପରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ମୋବାଇଲ ଟ୍ରାକ କରି ବୋଲେରୋ ଗାଡି ଓ ଅପହରଣ ହୋଇଥିବା ଯୁବକଙ୍କ ସହ ଅଭିଯୁକ୍ତମାନଙ୍କୁ ଧରିଛି । ଘଟଣାରେ ୪ ଅଭିଯୁକ୍ତକୁ ଗିରଫ କରିବା ସହ ଅପହୃତ ଘଟଣାରେ ବ୍ୟବହୃତ ଏକ ବୋଲେରୋ, ଭୁଜାଲି ଓ ଗୁଳି ସହ ଦେଶୀ ପିସ୍ତଲ ଜବତ କରିଛି  ଗ୍ରାମାଞ୍ଚଳ ପୋଲିସ । ତେବେ ଏହି ଘଟଣାରେ ୪ ଜଣ ଅଭିଯୁକ୍ତକୁ ଗିରଫ କରିବା ପରେ ଗ୍ରାମାଞ୍ଚଳ ପୋଲିସ ଏଥିରେ ସମ୍ପୃକ୍ତ ଆହୁରି ଅଭିଯୁକ୍ତଙ୍କୁ ଖୋଜୁଛି । ସମସ୍ତ ଅଭିଯୁକ୍ତ ବାଲେଶ୍ବର ଜିଲ୍ଲାର ବୋଲି ଜଣାପଡିଛି ।

{"id":336614,"sizeSlug":"large"}

ଗିରଫ ଓ ଫେରାର ହୋଇଥିବା ଯୁବକମାନେ ଗଞ୍ଜେଇ ବେପାର ସହ ଅନ୍ୟାନ୍ୟ ମାମଲାରେ ସଂପୃକ୍ତ ଥିବା ପୋଲିସ ସୂଚନା ଦେଇଛି । ତେବେ ଅପହରଣ ହୋଇଥିବା ଯୁବକଙ୍କର ଅଭିଯୁକ୍ତଙ୍କ ସହ ସମ୍ପର୍କ ଅଛି କି ନାହିଁ ସେ ନେଇ ତଦନ୍ତ କରୁଛି ପୋଲିସ । ଫେରାର ହୋଇଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପ୍ରୟାସ ଉଦ୍ୟମ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.