ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୪ ଗୁରୁତର

Published By : Prameya-News7 Bureau | November 12, 2020 IST

କଣ୍ଟାବାଞ୍ଝି ୧୨।୧୧: ବଲାଙ୍ଗୀର କଣ୍ଟାବାଞ୍ଝି ଥାନା ଦାବରୀ ବିଦ୍ୟୁତ ଗ୍ରୀଡ଼ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ । ଦୁର୍ଘଟଣା ୪ ଜଣ ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଝି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁସାରେ ଗୋଟିଏ ବାଇକରେ ଖୁଟୁଲୁମୁଣ୍ଡା ଗାଁର କୃତୀବାସ ଦୀପ ଓ ବିରଞ୍ଚି ଦୀପ କଣ୍ଟାବାଞ୍ଝି ଆସୁଥିଲେ । ବିପରୀତ ଦିଗରୁ ଗଡ଼ଗଡ଼ବାହାଲ ଗାଁର ବୈକୁଣ୍ଠ ନିଆଲ ଯମୁନା କୁମ୍ଭାର ସହ ଆସୁଥିଲେ । ତେବେ କଣ୍ଟାବାଞ୍ଝି ଫାୟାର ଷ୍ଟେସନରୁ କିଛି ଦୂରରେ ଥିବା ବିଦ୍ୟୁତ ଗ୍ରୀଡ଼ ପାଖରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ୪ ଜଣ ଛିଟିକି ପଡିଥିବା ବେଳେ ଦମକଳ ବାହିନୀ କର୍ମଚାରୀ ଖବର ପାଇ ୪ ଗୁରୁତରକୁ ଉଦ୍ଧାର କରି କଣ୍ଟାବାଞ୍ଝି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କଣ୍ଟାବାଞ୍ଝି ପୋଲିସ ଡାକ୍ତରଖାନା ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.