ପୂର୍ବତନ ବିଜେଡି ଯୁବ ସଭାପତିଙ୍କ ଉପରୁ ହଟିଲା ନିଲମ୍ବନ ଆଦେଶ, ସ୍ୱଛାସେବୀ ସଙ୍ଗଠନ କରି ପଞ୍ଚାୟତ ନିର୍ବାଚନରେ ଦେଇଥିଲେ ପ୍ରାର୍ଥୀ

Published By : Prameya-News7 Bureau | January 26, 2022 IST

ନୀଳଗିରି, ୨୬/୧: ବାଲେଶ୍ଵର ଜିଲ୍ଲା ନୀଳଗିରି ନିର୍ଵାଚନ ମଣ୍ଡଳୀର ପୂର୍ବତନ ଯୁବ ବିଜେଡି ସଭାପତି ସବ୍ୟସାଚୀ ମହାପାତ୍ରଙ୍କ ଉପରୁ ହଟିଲା ନିଲମ୍ବନ ଆଦେଶ। ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶରେ ପ୍ରତ୍ୟାହାର ହୋଇଥିବା ବେଳେ ବିଜେଡି ନେତା ସନ୍ତୋଷ ଖଟୁଆ ନୀଳଗିରି ବିଜେଡି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମଳନୀ ଜରିଆରେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଗତ ୨୦୨୧ ମସିହା ଜୁଲାଇ ମାସ ୨୪ ତାରିଖରେ ଦଳ ବିରୁଦ୍ଧରେ ଅରୁଚିକର ମନ୍ତବ୍ୟ ଓ ବିଶୃଙ୍ଖଳା ଆଚରଣ ପାଇଁ ସବ୍ୟସାଚୀ ମହାପାତ୍ରଙ୍କୁ ନିର୍ବାଚନ ମଣ୍ଡଳୀ ନେତା ଓ ବରିଷ୍ଠ ନେତାଙ୍କ ନିଷ୍ପତ୍ତି କ୍ରମେ ଦଳ ବିଜେଡି ଜିଲ୍ଲା ସଭାପତି ତାଙ୍କୁ ନିଲମ୍ବିତ କରିଥିଲେ। ପରେ ସେ ନିଜସ୍ୱ ଶିଶିର ମହାପାତ୍ର ଫାଉଣ୍ଡେସନ ନାମରେ ସଂଗଠନ କରିଥିଲେ। କାଳକ୍ରମେ ତାଙ୍କର ଲୋକ ପ୍ରିୟତା ବୃଦ୍ଧି ପାଇଥିବା ବେଳେ ଚଳିତ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ସ୍ଥାନରେ ସରପଞ୍ଚ, ସମିତିସଭ୍ୟ, ୱାର୍ଡ ମେମ୍ବର ଓ ୨ ନମ୍ବର ଜୋନରେ ଜିଲ୍ଲାପରିଷଦ ପ୍ରାର୍ଥୀ ଦେଇଛନ୍ତି।

ତେବେ ବିଜେଡି ଦଳ ତାଙ୍କ ପାଇଁ ବହୁ କ୍ଷତି ହେବା ମଧ୍ୟ ଜଣାପଡିଥିଲା। ତେଣୁ ଆଜି ତାଙ୍କୁ ଦଳକୁ ଫେରାଇ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାକୁ ଚାପ ପକାଯାଇଥିବା ଜଣାପଡିଛି । ତେବେ ଏଭଳି ଘଟଣାକୁ ନେଇ ନୀଳଗିରିରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.