ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ ତାଙ୍କ ପୁଅଙ୍କୁ ନଜରବନ୍ଦୀ, ବିଭିନ୍ନ ସ୍ଥାନରେ ୧୪୪ ଧାରା ଜାରି

Published By : Prameya-News7 Bureau | September 11, 2019 IST

ନୂଆଦିଲ୍ଲୀ୧୧|୯: ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପିର ଅଧ୍ୟକ୍ଷ ଏନ ଚନ୍ଦ୍ରବାବୁ ନାଇଡ଼ୁ ଓ ତାଙ୍କ ପୁଅ ନାରା ଲୋକେଶଙ୍କୁ ନଜରବନ୍ଦୀ କରାଯାଇଛି। ଟିଡିପିର ପକ୍ଷରୁ ‘ଚଲୋ ଅଟମାକୁର’ ନାମର ରାଲିର ଆହ୍ବାନ ଦିଆଯାଇଥିଲା। ଏହି ରାଲି ଯୋଗୁଁ ଟିଡିପିର ବଡ଼ ବଡ଼ ନେତାଙ୍କୁ ପୋଲିସ ନଜରବନ୍ଦୀ କରି ରଖିଛି। ଆନ୍ଧ୍ରପ୍ରଦେଶର ବିଭିନ୍ନ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି।

wp:core-embed/twitter {"url":"https://twitter.com/ANI/status/1171654500723150850","type":"rich","providerNameSlug":"twitter","className":""}
https://twitter.com/ANI/status/1171654500723150850
/wp:core-embed/twitter

ସୂଚନାଯୋଗ୍ୟ ଯେ, ଆନ୍ଧ୍ରପ୍ରଦେଶର ଜଗମୋହନଙ୍କ ସରକାର ରାଜନୈତିକ ହିଂସାକୁ ପ୍ରୋତ୍ସାହନ ଦେଉଛି ବୋଲି ଟିଡ଼ିପିର କର୍ମକର୍ତ୍ତା ଅଭିଯୋଗ କରିଛନ୍ତି। ସେଥିଲାଗି ଚନ୍ଦ୍ରବାବୁ ନାଇଡୁ ଏହି ରାଲି ପାଇଁ  ଆହ୍ବାନ ଦେଇଥିଲେ। ଟିଡ଼ିପି  ଏହି ରାଜନୈତିକ ରାଲି କରିବା ପାଇଁ ପୋଲିସ ପାଖରୁ ଅନୁମତି ନେଇନଥିଲା।

wp:core-embed/twitter {"url":"https://twitter.com/ANI/status/1171624282402590720","type":"rich","providerNameSlug":"twitter","className":""}
https://twitter.com/ANI/status/1171624282402590720
/wp:core-embed/twitter

ଆନ୍ଧ୍ରପ୍ରଦେଶରେ ଏକଛତ୍ରବାଦୀ ଶାସନ ଚାଲିଛି ବୋଲି ଟିଡିପିର ନେତା ନାରା ଲୋକେଶ କହିଛନ୍ତି । ଅଗଣତାନ୍ତ୍ରିକ ଭାବେ ତାଙ୍କୁ ବିରୋଧ କରାଯାଉଛି। ଟିଡ଼ିପି ନେତା ଓ କର୍ମୀମାନଙ୍କୁ ହଇରାଣ କରାଯାଉଛି ବୋଲି ଲୋକେଶ  ଅଭିଯୋଗ କରିଛନ୍ତି। ଶାସକ ଦଳର ବିଧାୟକମାନେ ତାଙ୍କୁ ଖୋଲାଖୋଲି ଧମକ ଦେଉଥିବା ଲୋକେଶ ପ୍ରକାଶ କରିଛନ୍ତି। ଗଣତାନ୍ତ୍ରିକ ପ୍ରକ୍ରିୟାରେ ଶାସକ ଦଳ ବିରୋଧରେ ସେମାନେ ବିରୋଧ କରୁଛନ୍ତି। ହେଲେ ପୋଲିସ ତାଙ୍କୁ ନଜରବନ୍ଦୀ କରୁଛନ୍ତି ବୋଲି ଲୋକେଶ କହିଛନ୍ତି।

ଆନ୍ଧ୍ରପ୍ରଦେଶର ଜଗମୋହନଙ୍କ ସରକାର ବିରୋଧରେ ବିକ୍ଷୋଭ କରିବା ସମୟରେ ବିଜୟଓ୍ବାଡ଼ାଠାରେ ଟିଡିପିର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ ତାଙ୍କ ପୁଅ ଲୋକେଶଙ୍କ ସମେତ ପାର୍ଟିର ବଡ଼ବଡ଼ ନେତାଙ୍କୁ ପୋଲିସ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.