ପାଟଣା ୦୮।୦୬: କେନ୍ଦୁଝର ଜିଲ୍ଲା ପାଟଣା ବନ ବିଭାଗର ଚଢାଉ । ଆଜି ଭୋର ରୁ ବୈତରଣୀ ପୋଲ ନିକଟରେ ଶାଳ ଚୌକାଠ ବୋଝେଇ ବୋଲେରୋ ଗାଡି ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଛି। ଉକ୍ତ ଗାଡିରୁ ୩୪ ପିସ୍ ଶାଳ ଚୌକାଠ ଜବତ ହୋଇଛି । ଜବତ ଚୌକାଠ ର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କା ହେବ ବୋଲି ବନଖଣ୍ଡ ଅଧିକାରୀ ପବିତ୍ର ମୋହନ ନାଏକ ସୂଚନା ଦେଇଛନ୍ତି।
ତେବେ ଲକ ଡାଉନ ସମୟରେ ପାଟଣା ରେଞ୍ଜ ଅଧିନରେ କାଠ ମାଫିଆ ସକ୍ରିୟ ଥିବା ବେଳେ କୌଣସି ସୂତ୍ରରୁ ବନ ବିଭାଗ ଖବର ପାଇ ବୈତରଣୀ ପୋଲ ନିକଟରେ ଛକି ରହିଥିଲେ। ସାହାରପଡା ପଟୁ ଢେଙ୍କିକୋଟ ଆଡ଼କୁ ଏହି ଗାଡି ଯାଉଥିବା ବେଳେ ବୈତରଣୀ ନଦୀ ନିକଟରେ ଉକ୍ତ ଗାଡି କୁ ବନ ବିଭାଗ ଜବତ କରିଛି। ବନ ବିଭାଗକୁ ଦେଖି କାଠ ମାଫିଆ ନଦୀ କୁ ଡେଇଁ ପଡି ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ଡ୍ରାଇଭର ସହ ଅନ୍ୟ ଜଣେ ସହଯୋଗୀ କୁ କାବୁ କରି ଗିରଫ କରିଛି ବନ ବିଭାଗ।